ଅବସରପ୍ରାପ୍ତ ଡିଏସ୍‌ପି ଶାଶୁକୁ ଇନ୍ସପେକ୍ଟର ବୋହୂ କାମୁଡିକାମୁଡି କଲା କ୍ଷତାକ୍ତ

Advertisment

ଭେପାଳ: ମଧ୍ୟପ୍ରଦେଶରର ଇନ୍ଦୋରରେ ଅବସରପ୍ରାପ୍ତ ଡିଏସ୍‌ପି ଶାଶୁୁକୁ ଇନ୍ସପେକ୍ଟର ବୋହୂ ମାଡ ମାରିବା ସହିତ କାମୁଡି କାମୁଡି କ୍ଷତାକ୍ତ କରି ଦେଇଥିଲା ଭଳି ସଙ୍ଗୀନ ଅଭିଯୋଗ ଆସିଛି।

ବାଣଙ୍ଗଙ୍ଗା ପୁଲିସ ଥାନାରେ ସବ ଇନ୍ସପେକ୍ଟର ଥିବା ଶ୍ରଦ୍ଧା ସିଂହ ପଓ୍ଵାର ଲସୁଡିଆ ଅଞ୍ଚଳରେ ନିଜ ଶାଶୁଘରେ ରହୁଥିଲେ। ଇନ୍ସପେକ୍ଟର ଶ୍ରଦ୍ଧା ସିଂହ ପଓ୍ଵାରଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ସ୍ୱାମୀ ଠାରୁ ଆରମ୍ଭ କରି ଶାଶୁଘରଲୋକ ସବୁବେଳେ ମାରଧର କରିଥାଆନ୍ତି। ଏମିତି କି ବିବାହ ଦିନରୁ ଯୌତୁକ ନିର୍ଯାତନା ବି ଦେଇ ଆସୁଛନ୍ତି।

publive-image

ଏପଟେ ଶ୍ରଦ୍ଧା ସିଂହଙ୍କ ଶାଶୁ ଓ ଅବସରପ୍ରାପ୍ତ ଡିଏସ୍‌ପି ପ୍ରଭା ସିଂହ ଚୌହ୍ଵାନ୍‌ ଅଭିଯୋଗ କରି କହିଛନ୍ତି, ଗତ ରବିବାର ବୋହୂ ଶ୍ରଦ୍ଧା ଓ ତାର ମା’ ଓ ଭଉଣୀ ଆସି ମୋତେ କାବଟ ବନ୍ଦ କରି ମାରପିଟ କରିଥିଲେ। ଏବଂ ବୋହୂ ମୋତେ କାମୁଡି କାମୁଡି କ୍ଷତାକ୍ତ କରି ଦେଇଥିଲା। କେବଳ ଏତିକ ନୁହେଁ ମୋ ଅନ୍ତସତ୍ତ୍ୱା ଝିଅକୁ ବି ମା’ ଓ ଝିଅ ମାଡ ମାରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଉଭୟ ଶାଶୁ ଓ ବୋହୂଙ୍କ ନାମରେ ମାମଲା ରୁଜୁ ହୋଇ ଯାଞ୍ଚ ଆରମ୍ଭ ହୋଇଛି। ଯିଏବି ଦୋଷୀସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe