ବ୍ୟାଙ୍କରୁ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ: ପୂର୍ବତନ ଶାଖା ପ୍ରବନ୍ଧକ ଗିରଫ

Advertisment
ବ୍ୟାଙ୍କରୁ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ: ପୂର୍ବତନ ଶାଖା ପ୍ରବନ୍ଧକ ଗିରଫ

ଭୁବନେଶ୍ବର : ଜାଲିଆତି କରି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବାଲେଶ୍ବର ରେମୁଣା ବ୍ରାଞ୍ଚ୍‌ରୁ ଏକ କୋଟି ୩୨ ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପୂର୍ବତନ ଶାଖା ମ୍ୟାନେଜର୍‌ଙ୍କୁ ଗିରଫ ‌କରିଛି। ସେ‌ ହେଲେ ଦୁର୍ଗା ଚରଣ ପଣ୍ଡା। ଗିରଫ ପରେ ତାଙ୍କୁ ବାଲେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

କ୍ରାଇମ୍‌ ବ୍ରାଞ୍ଚ ସୂଚନା ମୁତାବକ, ୨୦୧୩ରୁ ୨୦୧୭ ମସିହା ମଧ୍ୟରେ ଶ୍ରୀ ପଣ୍ଡା ଓ ସହଯୋଗୀ ପ୍ରଭାତ ଦାସ ଦୁଇ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ନାମରେ ପେନ୍‌ସନ୍‌ ଟଙ୍କା ଉଠାଇଥିଲେ। ବାଲେଶ୍ୱର ଜିଲା ରେମୁଣା ବ୍ଲକର ପର୍ଶୁରାମ ଗିରି ଏବଂ ସାବିତ୍ରୀ ବେହେରାଙ୍କ ନାମରେ ସେମାନେ ଏହି ଟଙ୍କା ଉଠାଇଥିଲେ। ୨୦୧୪ ମାର୍ଚ୍ଚ ୨୨ ତାରିଖରେ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଡିସେମ୍ବର ୧୨ ତାରିଖରେ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ନକଲି ଜୀବିତ ପ୍ରମାଣପତ୍ର ପ୍ରଦାନ କରି ୪ବର୍ଷ ଧରି ସେମାନଙ୍କ ନାମରେ ଟଙ୍କା ଉଠାଇଥିଲେ। ଏଭଳି ଜାଲିଆତି ଓ ଠକେଇ ସମ୍ପର୍କରେ ବ୍ୟାଙ୍କ ଶାଖା ମ୍ୟାନେଜର ସ୍ବରାଜ ମହାନ୍ତି ଜାଣିବା ପରେ କ୍ରାଇମ ବ୍ରାଞ୍ଚ ନିକଟରେ ଲିଖିତ ଅଭିଯୋଗ କରିଥିଲେ। କ୍ରାଇମ୍‌ ବ୍ରାଞ୍ଚ କେସ୍‌ ନଂ-୨୬/୧୮ରେ ଆଇପିସି ଦଫା ୪୧୯, ୪୨୦,୪୦୯, ୪୬୭, ୪୭୧,୪୬୮ ଏବଂ ଆର୍‌ଡବ୍ଲ୍ୟୁ ଦଫା ୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଥିଲା। ତେବେ ଏହି ମାମଲାରେ ପୂର୍ବରୁ ପ୍ରଭାତଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe