ଆପଲର ଏହି ଡିଭାଇସ କାରଣରୁ ପ୍ରେମିକ ଦେଉଥିଲା ଧମକ, ମହିଳା କମ୍ପାନି ନାମରେ କଲେ ଅଭିଯୋଗ

ଆପଲର ଏହି ଡିଭାଇସ କାରଣରୁ ପ୍ରେମିକ ଦେଉଥିଲା ଧମକ, ମହିଳା କମ୍ପାନି ନାମରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ଆପଲ ଏୟାରଟ୍ୟାଗ ଆପ୍ ବିଭିନ୍ନ  ସାମଗ୍ରୀ ଟ୍ରାକ କରିବାକୁ ତିଆରି କରାଯାଇଛି। ତେବେ ଏହି ଡିଭାଇସର ବହୁ ପରିମାଣରେ ଅପବ୍ୟବହାର ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଆପଲ ଏୟାରଟ୍ୟାଗର ବ୍ୟବହାର ଅନେକ ବ୍ୟବହାରକାରୀ ଲୋକଙ୍କ ଉପରେ ନଜର ରଖିବାକୁ କରୁଛନ୍ତି।  ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଆପଲ ଏୟାରଟ୍ୟାଗ ଜରିଆରେ ନିଜର ଏକ୍ସ-ପାର୍ଟନର ଉପରେ ନଜର ରଖିବା ନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଘଟଣାକୁ ନେଇ ଜଣେ ମହିଳା ଆପଲ କମ୍ପାନି ବିରୋଧରେ ମାମଲା ରୁଜୁ କରିଛନ୍ତି।  ମହିଳାଜଣକ ଜାଣିବାକୁ ପାଇଥିଲେ କି ତାଙ୍କ ପୂର୍ବତନ ପ୍ରେମିକ ତାଙ୍କ ଉପରେ ଆପଲ ଏୟାରଟ୍ୟାଗ ଜରିଆରେ ନଜର ରଖୁଛନ୍ତି। ତାଙ୍କର ଲୋକେସନ୍ ଟ୍ରାକ କରୁଛନ୍ତି। ଏହାପରେ ସେ ପୁଲିସରେ ମାମଲା ରୁଜୁ କରିଥିଲେ।

publive-image

ମହିଳାଙ୍କ କହିବାନୁସାରେ, ତାଙ୍କର ପୂର୍ବତନ ପ୍ରେମିକ ଅଜଣାତରେ ଏୟରଟ୍ୟାଗକୁ ତାଙ୍କ କାରରେ ପ୍ଲାଣ୍ଟ କରି ଦେଇଥିଲେ। ଯେଉଁ କାରଣରୁ ସେ ମହିଳାଙ୍କ ଲୋକେସନ ଟ୍ରାକ କରି ପାରୁଥିଲେ। ମହିଳା ନିଜ ଅଭିଯୋଗରେ କହିଛନ୍ତି, ‘ପ୍ରେମିକର  ଅତ୍ୟାଚାରକୁ ମୁଁ ସହ୍ୟ କରି ପାରୁ ନଥିଲି। ସେଥିପାଇଁ ମୁଁ ତାଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଥିଲି। କିନ୍ତୁ ଆପଲ ଏୟାରଟ୍ୟାଗ ଜରିଆରେ ମୁଁ କେଉଁଆଡେ ଯାଉଛି, କ’ଣ କରୁଛି ସେ ଜାଣି ପାରୁଥିଲେ। ଫଳରେ ମୁଁ ଯେଉଁ ସ୍ଥାନକୁ ଯାଏ, ସେ ବି ସେଠାରେ ପହଞ୍ଚି ମୋତେ ହଇରାଣ କରିବା ଆରମ୍ଭ କରି ଦେଇଥାଆନ୍ତି। ଏମିତି କି ସେ ଲୋକେସନକୁ  ଟ୍ରାକ କରି ମୋତେ ବ୍ଲାକମେଲ କରିବା ବି ଆରମ୍ଭ କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe