ଆୟକର ଅଧିକାରୀରୁ ଅଭିନେତ୍ରୀ ହୋଇଥିଲେ କ୍ରିତି, ଏବେ ଲାଗିଲା ମନି ଲଣ୍ଡରିଂର ଆରୋପ

Advertisment
ଆୟକର ଅଧିକାରୀରୁ ଅଭିନେତ୍ରୀ ହୋଇଥିଲେ କ୍ରିତି, ଏବେ ଲାଗିଲା ମନି ଲଣ୍ଡରିଂର ଆରୋପ

ମୁମ୍ବାଇ: ଆୟକର ଅଧିକାରୀରୁ ଅଭିନେତ୍ରୀ ହୋଇଥିଲେ କ୍ରିତି। ଏବେ ଲାଗିଲା ମନି ଲଣ୍ଡରିଂର ଆରୋପ। ଆୟକର ଅଧିକାରୀ ପଦବୀ ଛାଡିବା ପରେ ଅଭିନେତ୍ରୀ ହୋଇଥିବା କ୍ରିତି ବର୍ମା ୨୬୩କୋଟି ମନି ଲଣ୍ଡରିଂ ମାମଲାର ସାମିଲ ଥିବା ଅଭିଯୋଗ ହୋଇଛି। ଏନେଇ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି। ରୋଡିଜ୍ ଏବଂ ବିଗ୍ ବସ୍ ସିଜନ୍-୧୨ ଭଳି ରିୟାଲିଟି ଟିଭି ସୋ’ରେ ନଜର ଆସିଥିବା କ୍ରିତି ବର୍ମା, ଟ୍ୟାକ୍ସ ରିଫଣ୍ଡ ନାମରେ ଆୟକର ବିଭାଗକୁ ଠକିଥିବା ଏବଂ ସମାନ ଅପରାଧରେ ସମ୍ପୃକ୍ତ ପ୍ରମୁଖ ଅଭିଯୁକ୍ତଙ୍କ ସହ ଜଡ଼ିତ ଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ଇଡି କ୍ରିତିଙ୍କୁ ପଚରାଉଚରା ପାଇଁ ଡକାଇଛି।

ଗତ ବର୍ଷ ସିବିଆଇ ଟ୍ୟାକ୍ସ ରିଫଣ୍ଡରେ ଠକେଇ କରିଥିବାରୁ ଆୟକର ବିଭାଗର ବରିଷ୍ଠ କର ସହାୟକ ତାନାଜୀ ମଣ୍ଡଳ ଅଧିକାରୀ, ପନଭେଲର ବ୍ୟବସାୟୀ ଭୂଷଣ ଅନନ୍ତ ପାଟିଲଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଦିଲ୍ଲୀରେ ସିବିଆଇ ଏ ବାବଦରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା, ଯେଉଁଥିରେ ୨୦୦୭-୦୮ ଏବଂ ୨୦୦୮-୦୯ ରେ ନକଲି ରିଫଣ୍ଡ ଜାରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେହି ଏତଲା ଆଧାରରେ, ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଇଡି ତଦନ୍ତ ଆରମ୍ଭ କରିଛି। ଟ୍ୟାକ୍ସ ରିଫଣ୍ଡ ନାମରେ ଆୟକର ବିଭାଗକୁ ଠକିଥିବା ଲୋକଙ୍କ ସହ କ୍ରିତି ସାମିଲ ଥିବାରୁ ଏବେ ତାଙ୍କୁ ପଚରାଉଚରା କରିବାକୁ ଇଡି ତାଙ୍କୁ ଡାକିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe