୧୦୦୦କୋଟି ଦେଇ ପ୍ରଧାନମନ୍ତ୍ରୀଙ୍କୁ କିଣା ଯାଇ ପାରିବ ବୋଲି କହିଲେ ଏହି ଯୁବକ !

Advertisment
୧୦୦୦କୋଟି ଦେଇ ପ୍ରଧାନମନ୍ତ୍ରୀଙ୍କୁ କିଣା ଯାଇ ପାରିବ ବୋଲି କହିଲେ ଏହି ଯୁବକ !

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି, ଯେ ଯେଉଁଥିପାଇଁ ଇଣ୍ଟରନେଟରେ ଟ୍ରୋଲ ହୋଇଛନ୍ତି।

ସୂଚନାଯୋଗ୍ୟ, କହ୍ନେୟା କୁମାର ସର୍ବଦା କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୂର୍ବରୁ ବି ଏଭଳି ଅନେକ ବିବାଦୀୟ ବୟାନ ଦେଇ ସାରିଛନ୍ତି। ସେଥିପାଇଁ ଅନେକଥର ବିବାଦ ଘେରକୁ ଆସିଛନ୍ତି ମଧ୍ୟ। ଏହି ଥରକ ସେ ଦେଇଥିବା ବୟାନ୍‌କୁ ନେଇ ଖୁବ୍‌ ଟ୍ରୋଲ ହୋଇଛନ୍ତି।

publive-image

କହ୍ନେୟା କୁମାର ଟୁଇଟରରେ ଲେଖିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କୁ ୧୦୦୦କୋଟି ଟଙ୍କା ଦେଇ କିଣା ଯାଇ ପାରିବ। ଯଦି ୧୦୦କୋଟିରେ ବିଧାୟକ, ୫୦୦କୋଟିରେ ସାଂସଦଙ୍କୁ କିଣା ଯାଇପାରିବ, ତା’ହେଲେ ୧୦୦୦କୋଟିରେ ବି ପ୍ରଧାନମନ୍ତ୍ରୀଙ୍କୁ କିଣାଯାଇ ପାରିବ ବୋଲି ମୁଁ ଭାବୁଛି। ନିରବ ମୋଦି ତ ପୁଶି ୩୫ ହଜାର କୋଟି ନେଇ ଫେରାର ହୋଇଯାଇଥିଲେ। ତେବେ କହ୍ନେୟା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିଥିବା ପରେ ନିଜର ଏଭଳି ପ୍ରତିକ୍ରିୟା ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe