ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ଗିରଫ

ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ଗିରଫ

ପୁରୀ: ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ପୁଲିସ ଗୁରୁବାର ଗିରଫ କରିଛି। ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ସାରା ଓଡ଼ିଶା ବନ୍ଦ ଥିବା ବେଳେ ବାପା-ପୁଅ ଭାରତୀୟ ଜନତା ପାର୍ଟିର ଭାବି ବିଧାୟକ ପ୍ରାର୍ଥୀ କୁହାଯାଉଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲେ। କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନରେ ଦଳୀୟ କର୍ମୀମାନେ ବିଜେପି କର୍ମୀଙ୍କ ସହିତ ଗଣ୍ଡଗୋଳ କରିଥିଲେ। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳପୁର ଛକରେ ଗୁରୁତର ଭାବରେ ଆହତ ଆଶ୍ରିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

publive-image

ଆଶ୍ରିତ ପଟ୍ଟନାୟକ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୭ ଅନୁଯାୟୀ ୩୫/୧୮ରେ ଏକ ମାମଲା ରୁଜୁ କରି ବାପା ପୁଅଙ୍କୁ ଗିରଫ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବାପା ପୁଅଙ୍କୁ ଆଜି ପିପିଲିସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe