ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ରିଆଲିଟି ସୋ’ର ପୂର୍ବତନ ପ୍ରତିଯୋଗୀ ଗିରଫ

Advertisment
ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ରିଆଲିଟି ସୋ’ର ପୂର୍ବତନ ପ୍ରତିଯୋଗୀ ଗିରଫ

ମୁମ୍ବାଇ: ମୁମ୍ବାଇ ପୁଲିସ୍‌ ଜଣେ ରିଆଲିଟି ସୋ’ର ପୂର୍ବତନ ପ୍ରତିଯୋଗୀଙ୍କୁ ୧୭ ବର୍ଷୀୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରିଥିବା ଜଣାଯାଇଛି। ପୁଲିସ ଅନୁଯାୟୀ ଅଭିଯୁକ୍ତର ବୟସ ମାତ୍ର ୨୦ ବର୍ଷ।
ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଓ ପୀଡ଼ିତାଙ୍କର ପରିଚୟ ଇନଷ୍ଟାଗ୍ରାମରେ ହୋଇଥିଲା। ଏହାପରେ ସେ ଦୁହେଁ ସାଙ୍ଗ ହୋଇଥିଲେ।
ଅଭିଯୁକ୍ତର ନାଆଁ ଆଦିତ୍ୟ ଗୁପ୍ତା ବୋଲି ଜଣାଯାଇଛି। ସେ ୨୦୦୭ରେ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ରିଆଲିଟି ସୋ’ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲା। ପୁଲିସ ଆଦିତ୍ୟ ବିରୋଧରେ ପୋକ୍‌ସୋ ଆଇନ୍‌ ଅନୁଯାୟୀ ମାମଲା ରୁଜ୍ଜୁ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ରହୁଥିବା ପୀଡ଼ିତା କିଶୋରୀ ଗତ ୧୭ ତାରିଖ ଦିନ ନିଜର ବଡ ଭଉଣୀଙ୍କ ସହିତ ବହି କିଣିବାକୁ ଯାଇଥିଲେ। ବହି କିଣିବାପରେ ସାନ ଭଉଣୀ ଘରକୁ ଯିବାପାଇଁ ବଡଭଉଣୀକୁ ଜଣାଇଥିଲେ। ହେଲେ ସେ ଘରେ ପହଞ୍ଚିନଥିଲେ।
ବିଳମ୍ବିତ ରାତି ଯାଏଁ ସାନ ଭଉଣୀ ଘରେ ନ ପହଞ୍ଚିବା ଫଳରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘଟଣାର ଖୋଳତାଡ କରି ପଡୋଶୀ ଆଦିତ୍ୟକୁ ପଚରାଉଚୁରା କରିଥିଲେ। ଏହାପରେ ଆଦିତ୍ୟ ନିଜର ଅପରାଧ ସ୍ୱୀକାର କରିଥିଲା।

publive-image
ସେ ଉକ୍ତ ନାବାଳିକାକୁ ଅପହରଣ କରି ପରେ ଦୁଷ୍କର୍ମ କରିଥିଲା। ତା’ପରେ ଆଦିତ୍ୟଠାରୁ ପୁଲିସ ନାବାଳିକା କେଉଁଠି ଅଛି, ତାହା ଜାଣିବା ପରେ ପୁଲିସ୍‌ ପୀଡିତାକୁ ବେହୋଶ ଅବସ୍ଥାରେ ଏକ ହୋଟେଲ ପାଖରେ ଉଦ୍ଧାର କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe