୧୬୦ ଜଣ ମହିଳା ଜିମ୍ନାଷ୍ଟିକ୍‌ଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ଡାକ୍ତରଙ୍କୁ ୧୭୫ ବର୍ଷ ଜେଲ୍‌ ଦଣ୍ଡ

Advertisment
୧୬୦ ଜଣ ମହିଳା ଜିମ୍ନାଷ୍ଟିକ୍‌ଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ଡାକ୍ତରଙ୍କୁ ୧୭୫ ବର୍ଷ ଜେଲ୍‌ ଦଣ୍ଡ

Image Courtesy of RTE

ଲାନ୍‌ସିଙ୍ଗ୍‌: ୧୬୦ ଜଣ ମହିଳା ଜିମ୍ନାଷ୍ଟିକ୍‌ସ୍‌ଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ବୁଧବାର ଦିନ ଆମେରିକୀୟ ଜିମ୍ନାଷ୍ଟିକ୍‌ସ୍‌ର ଟିମ୍‌ ଡାକ୍ତର ଲେରି ନାସାର୍‌ଙ୍କୁ ୧୭୫ ବର୍ଷ ଯାଏଁ ଜେଲ୍‌ ଦଣ୍ଡ ଦିଆଯାଇଛି। ଅଲିମ୍ପିକ୍‌ରେ ସ୍ୱର୍ଣ୍ଣପଦକ ଜିଣିଥିବା କ୍ରୀଡ଼ିକାଙ୍କ ସମେତ ପ୍ରାୟ ୧୬୦ ଜଣ ପୀଡ଼ିତା ଜିମ୍ନାଷ୍ଟିକ୍ସ୍‍ଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରି ମିଚିଗାନ୍‌ କୋର୍ଟରୁମ୍‌ ଏହି ଦଣ୍ଡାଦେଶ ଦେଇଛନ୍ତି।

ଇଙ୍ଗ୍‌ହାମ୍‌ କାଉଣ୍ଟି କୋର୍ଟର ଜଜ୍‌ ରୋଜ୍‌ମେରି ଆକ୍ୱିଲିନା ଦଣ୍ଡାଦେଶ ପରେ ନାସର୍‌ଙ୍କୁ କହିଛନ୍ତି: ମୁଁ ଆପଣଙ୍କ ମୃତ୍ୟୁର ପରୁଆନାରେ ଦସ୍ତଖତ କରିଛି। ଜେଲ୍‌ ବାହାରକୁ ଯାଇ ଚଲାବୁଲା କରିବାକୁ ଆଉ ଆପଣଙ୍କର ଯୋଗ୍ୟତା ନାହିଁ। ଆପଣଙ୍କୁ ଦଣ୍ଡିତ କରିବାର ସୁଯୋଗ ପାଇ ମୁଁ ସମ୍ମାନୀତା।

ଆକ୍ୱିଲିନା ଏ କଥା କହିବା ପରେ ଅଦାଲତରେ ଉପସ୍ଥିତ ଥିବା କେତେକ ପୀଡ଼ିତା ଆଖିରେ ଜକେଇ ଆସୁଥିବା ଲୁହ ପୋଛିଥିଲେ।
୫୪ ବର୍ଷିୟ ନାସାର୍‌ଙ୍କୁ ନଭେମ୍ବର ମାସରେ ଇଙ୍ଗ୍‌ହାମ୍‌ କାଉଣ୍ଟି ସେଭେନ୍‌ କାଉଣ୍ଟ୍‌ସ୍‌ ଫାଷ୍ଟ୍‍-ଡିଗ୍ରି ଯୌନ ଉତ୍ପୀଡ଼ନରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାଛଡ଼ା ଏଟନ୍‌ କାଉଣ୍ଟିରେ ମଧ୍ୟ ତାଙ୍କ ବିରୋଧରେ ତିନିଟି ଅତିରିକ୍ତ ମାମଲା ଆଗତ କରାଯାଇଛି। ଆସନ୍ତା ସପ୍ତାହରେ ଏଥପାଇଁ ଦଣ୍ଡବିଧାନ କରାଯିବ। ଚାଇଲ୍‌ ପର୍ଣ୍ଣୋଗ୍ରାଫି ମାମଲାରେ ସେ ଫେଡେରାଲ୍‌ ଜେଲ୍‌ରେ ୬୦ ବର୍ଷ ଜେଲ୍‌ ଦଣ୍ଡ କାଟୁଛନ୍ତି।

ଦଣ୍ଡ ଘୋଷଣା କରାଯିବା ପୂର୍ବରୁ ନାସାର୍‌ ପୀଡ଼ିତାମାନଙ୍କୁ କ୍ଷମାଭିକ୍ଷା କରି କହିଥିଲେ: ଜୀବନର ବାକି ଦିନଗୁଡ଼ିକରେ ମୁଁ ଆପଣମାନଙ୍କ କଥା ମନେରଖି ଥିବି।

କିନ୍ତୁ ତାଙ୍କୁ ଅଧିକ କିଛି କୁହାଇ ନ ଦେଇ ରାଗରେ ଆକ୍ୱିଲିନା ନାସାର୍‌ ତାଙ୍କୁ ଲେଖିଥିବା ଏକ ଚିଠିକୁ ବଡ଼ ପାଟିରେ ପଢ଼ିଥିଲେ। ସେଥିରେ ସେ ନିଜକୁ ଜଣେ ‘ଉତ୍ତମ ଡାକ୍ତର’ ବୋଲି ଲେଖିବା ସହ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୋଷୀ କରାଯାଇଛି ବୋଲି ସେ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe