ଚନ୍ଦକାରୁ ସାଲିଆସାହି ଯାଏଁ ଅବକାରୀ ଚଢ଼ଉ

Advertisment

୬ ମହିଳାଙ୍କ ସମେତ ୧୨ ଗିରଫ

୬ ମହିଳାଙ୍କ ସମେତ ୧୨ ଗିରଫ

ଚନ୍ଦକାରୁ ସାଲିଆସାହି ଯାଏଁ ଅବକାରୀ ଚଢ଼ଉ

୩ଶହ ଲିଟର ପୋଚ ସହ ବିପୁଳ ମଦ ଜବତ

ଖଣ୍ଡଗିରି : ଶୁକ୍ରବାର ଅବକାରୀ ବିଭାଗର କଟକ ଫ୍ଲାଇଂ ସ୍କ୍ଵାଡ୍‌ ଓ ଭୁବନେଶ୍ୱର ମୋବାଇଲ୍‌ ସ୍କ୍ଵାଡ୍‌ ମିଳିତ ଭାବେ ଚନ୍ଦକା ଅଞ୍ଚଳରୁ ଭୁବନେଶ୍ୱର ସାଲିଆସାହି ପର୍ଯ୍ୟନ୍ତ ଚଢ଼ଉ କରିଥିଲେ। ଚନ୍ଦକା, ନୂଆପଲ୍ଲୀ ଓ ଇନ୍‌ଫୋସିଟି ଏମିତି ତିନି ଥାନା ଅଞ୍ଚଳରୁ ଅବକାରୀ ପୁଲିସ ମୋଟ୍‌ ୧୨ଜଣ (୬ ଜଣ ମହିଳା ଓ ୬ ଜଣ ପୁରୁଷ) ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ମଦ ଜବତ କରିଛି। ୩ ଶହ ଲିଟର ପୋଚ ସମତେ ପ୍ରାୟ ୨ ଶହ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଆଜୀବନ ଜେଲ୍‌ ଭୋଗି ସାରିଥିବା ଆସାମୀ ଥିବା ସୂଚନା ମିଳିଛି।

ସୁଚନାନୁସାରେ, ଆଜି ସକାଳୁ ଅବକାରୀ ପୁଲିସର ଏହି ଅଭିଯାନ ଚନ୍ଦକା ଥାନା ଅଙ୍ଗାରପଡ଼ା ପଞ୍ଚାୟତରୁ ଆରମ୍ଭ ହୋଇ ଅପରାହ୍ଣରେ ସାଲିଆସାହିରେ ସରିଥିଲା। ଚନ୍ଦକା ଥାନା ଅଙ୍ଗାରପଡ଼ା ମାଜଣା ଗାଁରୁ ଅଭି ସାହୁ ଓ ପାଣିଓରା ଗାଁର ଭାସ୍କର ଡିଅାଁବାଘକୁ ଗିରଫ କରାଯାଇଥିଲା। ପରେ କଣ୍ଟାବାଡ଼ ପଞ୍ଚାୟତର ଲୋଧରା ନିକଟରୁ ସୁଷମା ପୂର୍ତ୍ତି, ଜାନକୀ ହେମ୍ବ୍ରମ୍‌ ଓ ଲକ୍ଷ୍ମୀଧର ଚତରକୁ ଗିରଫ କରାଯାଇଥିଲା। ମାଜଣା ଗାଁର ଅଭି ସାହୁ ହତ୍ୟା ଅଭିଯୋଗରେ ଆଜୀବନ ଜେଲ୍‌ ଦଣ୍ଡ ଭୋଗିବା ପରେ ଘରକୁ ଫେରି ଚୋରା ମଦ କାରବାର କରୁଥିବା ଅବକାରୀ ପୁଲିସ ସୂଚନା ଦେଇଛି। ଏହାପରେ ନୂଆପଲ୍ଲୀ ଥାନା ନୀଳଚକ୍ରନଗରରେ ଅବକାରୀ ପୁଲିସ ପଶିଥିଲା। ସେଠାରୁ ସୋଆ କିସ୍କୁ, ସୁକାନ୍ତି ହାଁସଦା, ବୁଦ୍ଧୁରି ହାଁସଦା, ବାନୀ ହେମ୍ବ୍ରମ୍‌, ଜାନୀ ମାରାଣ୍ଡି ଓ ଇଡ୍‌କୋ ବସ୍ତିରୁ ମୁନିରାମ ସୋରେନ୍‌, ଗଜେନ୍ଦ୍ର ହାଁସଦାଙ୍କୁ ଗିରଫ କରିଥିଲା। ଏହି ଚଢ଼ଉରେ କଟକ ଫ୍ଲାଇଂ ସ୍କ୍ଵାଡ୍‌ର ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ ବିକେ ସିଂହସାମନ୍ତ, ମୋବାଇଲ୍‌ ସ୍କ୍ଵାଡ୍‌ ଇନ୍‌ସ୍ପେକ୍ଟର ଶରତ ଚନ୍ଦ୍ର ଭଂଜ, ଭୁବନେଶ୍ୱର ଇନ୍‌ସ୍ପେକ୍ଟର ଦେବୀପ୍ରସାଦ ଦାସ, ଏସ୍‌ଆଇ ସତ୍ୟଜିତ୍‌ ମୁଦୁଲି ଓ ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ସାମିଲ୍‌ ଥିଲେ। ରାଜଧାନୀ ଉପକଣ୍ଠରେ ଏହି ବେପାରୀମାନେ ରାଜ୍‌ ଚଳାଇଛନ୍ତି ଓ ସେମାନଙ୍କ ବେପାରକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୮ ତାରିଖରେ ଅବକାରୀ ପୁଲିସ ଖଣ୍ଡଗିରି ସୀତାରାମ ବସ୍ତିରେ ଚଢ଼ଉ କରି ଏକ ନକଲି ଦେଶୀ ମଦ କାରଖାନା ଠାବ କରିଥିଲା। ଏଠାରୁ ବିପୁଳ ନକଲି ଆସ୍କା-୪୦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଏହି କାରଖାନାର ଅସଲ ମାଷ୍ଟର ମାଇଣ୍ଡ ଅର୍ଜୁନକୁ ଅବକାରୀ ପୁଲିସ ଗିରଫ କରିପାରନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe