ଅବାକରୀ ମୋବାଇଲ୍‌ ସ୍କ୍ଵାଡ୍‌ ଚଢ଼ାଉ : ୪ ମହିଳାଙ୍କ ସମେତ ୭ ଗିରଫ

Advertisment
ଅବାକରୀ ମୋବାଇଲ୍‌ ସ୍କ୍ଵାଡ୍‌ ଚଢ଼ାଉ : ୪ ମହିଳାଙ୍କ ସମେତ ୭ ଗିରଫ

ଖଣ୍ଡଗିରି : ଗୁରୁବାର ଭୁବନେଶ୍ୱର ଅବକାରୀ ମୋବାଇଲ୍‌ ସ୍କ୍ଵାଡ୍‌ ପକ୍ଷରୁ ପଟିଆ, ଭରତପୁର ଓ ଡୁମୁଡୁମା ଅଞ୍ଚଳରେ ଚଢ଼ାଉ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି ଓ ବିପୁଳ ଦେଶୀ ମଦ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ୪ ଜଣ ମହିଳା ମଦ ବେପାରୀ ଅଛନ୍ତି। ସେମାନେ ହେଲେ ପଟିଆ ଶିଖରଚଣ୍ଡୀ ଅଞ୍ଚଳର ରାଜୁଲ୍‌ ବେହେରା, ଟି. ଶୋଭା ରେଡ୍ଡୀ, ପଟିଆ ହାଉସିଂ ବୋର୍ଡ କଲୋନି ଅଞ୍ଚଳର ମୁନି ଦଳେଇ, ଘାଟିକିଆ ଭରତପୁର ଅଞ୍ଚଳର ଶାନ୍ତି ମହାକୁଡ଼, ମଞ୍ଚେଶ୍ୱର ଜଗନ୍ନାଥ କଲୋନି ଅଞ୍ଚଳର ସୁଶାନ୍ତ ଦଳେଇ, ଡୁମୁଡୁମା ରଘୁନାଥନଗର ଅଞ୍ଚଳର ଗୋବର୍ଧନ ଦାସ ଓ ରମେଶ ଯାଦବ। ଅବକାରୀ ପୁଲିସ ସେମାନଙ୍କଠାରୁ ପ୍ରାୟ ୪୦ ଲିଟର ଦେଶୀ ମଦ ଜବତ କରିଛି। ଇନ୍‌ସ୍ପେକ୍ଟର ଦେବୀ ପ୍ରସାଦ ଦାସଙ୍କ ନେତୃତ୍ୱରେ ଅଧିକାରୀ ଦିବ୍ୟକିଶୋର ଟେଣ୍ଡେଲ୍‌, ସୁଜିତ୍‌ ମୁଦୁଲି ଓ ଅମର ଶତପଥୀ ପ୍ରମୁଖ ଏହି ଚଢ଼ାଉରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe