ପରଫ୍ୟୁମ ବୋତଲର ବ୍ୟବହାର ତାରିଖ ପରିବର୍ତ୍ତନ ବେଳେ ବିସ୍ଫୋରଣ

Advertisment

ଅତର ବୋତଲର ବ୍ୟବହାର ଅବଧି ପରିବର୍ତ୍ତନ କରିବା ସମୟରେ ମହାରାଷ୍ଟ୍ରର ପାଲଘରରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିବା  ସୂଚନା ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

ଅତର ବୋତଲର ବ୍ୟବହାର ଅବଧି ପରିବର୍ତ୍ତନ କରିବା ସମୟରେ ମହାରାଷ୍ଟ୍ରର ପାଲଘରରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିବା  ସୂଚନା ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ କରାଯାଇଛି ଭର୍ତ୍ତି।

wrqwe


ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘରରେ ପରଫ୍ୟୁମ ବୋତଲ ବିସ୍ଫୋରଣ ହୋଇ ୪ଜଣ ଗୁରୁତର ଆହତ ହୋଇଥିବା  ସୂଚନା ରହିଛି। 

ଶୁକ୍ରବାର ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ,‘ବିସ୍ଫୋରଣଟି ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ମୁମ୍ବାଇର ଉପକଣ୍ଠରେ ଥିବା ନାଲା ସୋପାରାରେ ଥିବା ରୋଶନି ଆପାର୍ଟମେଣ୍ଟର ରୁମ୍ ନମ୍ବର ୧୧୨ରେ ଘଟିଥିଲା।

ଅଧିକପଢ଼ନ୍ତୁ:ଆୟର୍ଲାଣ୍ଡକୁ ୬ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଦଳ

ଅତର ବୋତଲର ବ୍ୟବହାର ଅବଧି ପରିବର୍ତ୍ତନ କରିବା ସମୟରେ ଏହି ବିସ୍ଫୋରଣ ହୋଇଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି।  ହଠାତ୍ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକପଢ଼ନ୍ତୁ:କାମ କରିବାକୁ ସ୍ବପ୍ନ ଦେଖିବା ଭଳି ନିର୍ଦ୍ଦେଶକ ଇଣ୍ଡଷ୍ଟ୍ରିରେ ନାହାନ୍ତି: କଙ୍ଗନା

ପୁଲିସ ପୀଡ଼ିତଙ୍କ ପରିଚୟ ମହାବୀର ବଦାର (୪୧), ସୁନିତା ବଦାର (୩୮), କୁମାର ହର୍ଷବର୍ଦ୍ଧନ ବଦାର (୯) ଏବଂ କୁମାରୀ ହର୍ଷଦା ବଦାର (୧୪) ଭାବରେ ଚିହ୍ନଟ କରିଛି। ପ୍ରାରମ୍ଭିକ ରିପୋର୍ଟକୁ ଉଦ୍ଧୃତ କରି ଅଧିକାରୀ କହିଛନ୍ତି ଯେ ଅତର ବୋତଲର ଅବଧି ଶେଷ ତାରିଖ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା ସମୟରେ ବିସ୍ଫୋରଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe