୧ ଲକ୍ଷ ଫେସ୍ ମାସ୍କ ଅର୍ଡର କରି ୪ ଲକ୍ଷ ଟଙ୍କାର ଠକାମୀର ଶିକାର ହେଲେ ରପ୍ତାନି କମ୍ପାନୀ ମାଲିକ

୧ ଲକ୍ଷ ଫେସ୍ ମାସ୍କ ଅର୍ଡର କରି ୪ ଲକ୍ଷ ଟଙ୍କାର ଠକାମୀର ଶିକାର ହେଲେ ରପ୍ତାନି କମ୍ପାନୀ ମାଲିକ

timesnownews.com

ମୁମ୍ବାଇ: ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନାଭାଇରସ୍ ଏବେ ଭାରତରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଭାରତରେ ୧୦୦ରୁ ଅଧିକ ମାମଲା ନିଶ୍ଚିତ ହୋଇଛି। ରବିବାର ଦିନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍-୧୯ ଜୀବାଣୁ ଦ୍ବାରା ସଂକ୍ରମିତ ୧୧୦ଟି ନୂତନ ମାମଲା ନିଶ୍ଚିତ କରିଛନ୍ତି। ଏହି ସୁନିଶ୍ଚିତ ମାମଲାଗୁଡ଼ିକ ମଧ୍ୟରୁ ୩୨ଟି ମହାରାଷ୍ଟ୍ରର ବୋଲି ସାମ୍ନାକୁ ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା  ହେତୁ ଲୋକମାନଙ୍କ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।

ସତର୍କତାମୂଳକ ପଦକ୍ଷେପ ଭାବରେ, ବିଶ୍ବରେ ଲୋକମାନେ କରୋନାଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ସାବୁନ କିଣୁଛନ୍ତି। ଏହାଦ୍ୱାରା ସମଗ୍ର ବିଶ୍ୱରେ ଏହି ସବୁ ଜିନିଷର ଅଭାବ ଦେଖାଦେଇଛି। ଏହି ଅଭାବ ଚୋରମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିଛି, ଯେଉଁମାନେ ସାଧାରଣ ବ୍ୟବସାୟୀ ତଥା ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ମୁମ୍ବାଇରେ ଏକ ସେଭଳି ମାମଲା ରୁଜୁ ହୋଇଛି। ଏକ ରପ୍ତାନି କମ୍ପାନୀର ମାଲିକାଣୀ ନମ୍ରତା ମୋନାଚା ଏବେ ଠକମୀର ଶିକାର ହୋଇଛନ୍ତି। ୧ଲକ୍ଷ ଫେସ୍ ମାସ୍କ ଦେବାକୁ କହି ତାଙ୍କୁ ଠାରୁ ୪ଲକ୍ଷ ଟଙ୍କା ଠକି ‌ନିଆଯାଇଥିବା ଅଭିଯୋଗ କରିଛନ୍ତି ନମ୍ରତା।

Image result for mumbai-export-company-owner-orders-over-1-lakh-face-masks-duped-of-rs-4-lakh Times Now

ମିଳିଥିବା ସୂଚନା ମୁତାବକ, ନମ୍ରତା ଓମାନ ଏବଂ ଫ୍ରାନ୍ସରୁ ଫେସମାସ୍କ ପାଇଁ ଏକ ଅର୍ଡର ପାଇଥିଲେ। ବିକ୍ରେତାମାନଙ୍କୁ ଖୋଜୁଥିବା ବେଳେ ନମ୍ରତାଙ୍କୁ ଜଣେ ସ୍ଥାନୀୟ ବିକ୍ରେତା ମିଳିଥିଲେ। ପରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ମାସ୍କର ଫଟୋଗ୍ରାଫ୍ ପଠାଇବାକୁ କହିଥିଲେ। ଏହା ପ‌ରେ ଅଭିଯୁକ୍ତ ତାଙ୍କ କମ୍ପାନୀର ସ୍ବୀକୃତପ୍ରାପ୍ତ ଜିଏସଟି ନମ୍ବର ସହିତ ଆଇଏସଓ ସାର୍ଟିଫିକେଟ୍ ଏବଂ ମାସ୍କର ଫଟୋଗ୍ରାଫ୍ ପଠାଇଥିଲେ। ଯାହା ପରେ ନମ୍ରତା ୧.୬ ଲକ୍ଷ ମାସ୍କ ପାଇଁ ୧୪.୪ଲକ୍ଷ ଟଙ୍କା ମୂଲ୍ୟର ଏକ ଅର୍ଡର ଦେଇଥିଲେ ଏବଂ ୪ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ। ପରେ ନମ୍ରତାଙ୍କ ଆକାଉଣ୍ଟାଣ୍ଟ କମ୍ପାନୀର ଜିଏସଟି ନମ୍ବର ଏବଂ ଆଇଏସଓ ସାର୍ଟିଫିକେଟ୍ ନକଲି ବୋଲି ଜାଣିବା ପରେ ନମ୍ରତା ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏବେ ସେ ପୁଲିସରେ ଅଭିଯୋଗ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe