Business crime
ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଏକ ଚୋର ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବୁଧବାର ରାତି ୨ଟାରେ ଲୁଟେରାମାନେ ସ୍ଥାନୀୟ ଅଟଳାଗଡ଼ା ନିକଟରେ ଲୁଟ୍ ପାଇଁ ଯୋଜନା ଚଳାଇଥିବା ସଂପର୍କରେ ଖବର ପାଇ ପୁଲିସ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ସେମାନେ ହେଲେ ବାଲିଅନ୍ତା ପଞ୍ଚାୟତ ଅଧୀନ ତଳଗଡ଼ର ଟୁନା ଭୋଇ (୨୬), ସିନୁ ଭୋଇ (୨୯), ଏବଂ ସ୍ଥାନୀୟ ଢମିଲୋ ଗ୍ରାମର ରାମ ଭୋଇ। ପୁଲିସ ଘଟଣାସ୍ଥଳରୁ ଗୋଟିଏ ଚୋରା ବାଇକ୍, ଫୋନ, ଲୁହାରଡ୍, ଶାବଳ, ରେଞ୍ଚି, ଆରିପାତ ଜବତ କରିଛି। ସେମାନେ ବିଭିନ୍ନ ଯନ୍ତ୍ରପାତି ଚୋରି କରନ୍ତି ବୋଲି ବାଲିଅନ୍ତା ଥାନା ଅଧିକାରୀ ମନୋଜ ସ୍ୱାଇଁ କହିଛନ୍ତି।
Follow Us