ଧରାପଡ଼ିଲା ନକଲି ନୋଟ ଛାପୁଥିବା ଗ୍ୟାଙ୍ଗ; ମାଷ୍ଟରମାଇଣ୍ଡ ୮ମ ଶ୍ରେଣୀ ଯାଏଁ ପଢ଼ିଛି ପାଠ

Advertisment

ଇନ୍ଦୋର କ୍ରାଇମ ବ୍ରାଞ୍ଚ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଛି। ଏହି ଚଢ଼ାଉ ସମୟରେ କ୍ରାଇମ ବ୍ରାଞ୍ଚ ଅନୁରାଗ ନଗରସ୍ଥିତ ହୋଟେଲ ଇଣ୍ଟରନିଟିରେ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ କାବୁ କରିଛି।

ଇନ୍ଦୋର କ୍ରାଇମ ବ୍ରାଞ୍ଚ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଛି। ଏହି ଚଢ଼ାଉ ସମୟରେ କ୍ରାଇମ ବ୍ରାଞ୍ଚ ଅନୁରାଗ ନଗରସ୍ଥିତ ହୋଟେଲ ଇଣ୍ଟରନିଟିରେ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ କାବୁ କରିଛି।

rtr

ନୂଆଦିଲ୍ଲୀ: ଇନ୍ଦୋର କ୍ରାଇମ ବ୍ରାଞ୍ଚ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଛି। ଏହି ଚଢ଼ାଉ ସମୟରେ କ୍ରାଇମ ବ୍ରାଞ୍ଚ ଅନୁରାଗ ନଗରସ୍ଥିତ ହୋଟେଲ ଇଣ୍ଟରନିଟିରେ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ କାବୁ କରିଛି। ଗିରଫ ୫ଜଣ ଅଭିଯୁକ୍ତଙ୍କ ଠାରୁ ପୁଲିସ ୫୦୦-୫୦୦ ନୋଟ ଜବତ କରିଛି। ଯାହାର ମୂଲ୍ୟ ୩.୮୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ସୂଚନାଯୋଗ୍ୟ, ହୋଟେଲ ଇଣ୍ଟରନିଟିର ରୁମ ନମ୍ବର ୩୦୧ରେ ତିନିଜଣ ଲୋକ ନକଲି ନୋଟ ଛାପୁଥିବା କ୍ରାଇମ ବ୍ରାଞ୍ଚକୁ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ କ୍ରାଇମ ବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ଅବଦୁଲ ସୋଏବ, ରହିଶ ଖାନ ଓ ପ୍ରଫୁଲ କୁମାର କୌରିଙ୍କୁ ଗିରଫ କରିଥିଲା। ଚଢ଼ାଉ ସମୟରେ ୫୦୦ ଓ ୧୦୦ଟଙ୍କିଆ ନୋଟ ଛାପିବା ମେସିନ ମିଳିଛି। 

ଗିରଫ ଅଭିଯୁକ୍ତ କ୍ରାଇମ ବ୍ରାଞ୍ଚ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରି କହିଛନ୍ତି, ‘ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଆମେ ନକଲି ନୋଟ ଛାପୁଥିଲୁ।’

ଏହି ଗ୍ୟାଙ୍ଗରେ ଭୋପାଳର ଆକାଶ ଘାରୁ ଓ ଶଙ୍କର ଚୌରସିଆ ଜଡ଼ିତ ଥିବା କ୍ରାଇମ ବ୍ରାଞ୍ଚ ଗିରଫ ଅଭିଯୁକ୍ତଙ୍କ ଠାରୁ ଜାଣିବାକୁ ପାଇଥିଲା। ଏହାପରେ କ୍ରାଇମ ବ୍ରାଞ୍ଚ ଆକାଶ ଓ ଶଙ୍କରଙ୍କୁ ଗିରଫ କରି ଦୁଇଜଣଙ୍କ ଠାରୁ ୩.୮୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି।

ଏହି ଘଟଣାକୁ କେନ୍ଦ୍ର କରି କ୍ରାଇମ ବ୍ରାଞ୍ଚ ରାଜେଶ ତ୍ରିପାଠୀ କହିଛନ୍ତି, ଏହି ସମ୍ପୂର୍ଣ୍ଣ ଘଟଣାର ମାଷ୍ଟରମାଇଣ୍ଡ ମାତ୍ର ୮ମ ଶ୍ରେଣୀ ଯାଏଁ ପାଠପଢ଼ିଥିବା ବେଳେ ସେ ନକଲି ଟଙ୍କା ଛାପିବାର ଉପାୟ ଫେସବୁକ ଜରିଆରେ ଶଖିଥିବା ପୁଲିସ ସାମ୍ନାରେ ସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe