ପଡ଼ୋଶୀ ଦେଶରେ ଛପା ଯାଉଛି ନକଲି ୨୦୦୦ଟଙ୍କିଆ ନୋଟ !

ପଡ଼ୋଶୀ  ଦେଶରେ ଛପା ଯାଉଛି ନକଲି ୨୦୦୦ଟଙ୍କିଆ ନୋଟ !

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ଦୁଇହଜାରର ନକଲି ନୋଟ ଛପା ଯିବା ସହିତ ଭାରତରେ ବିତରଣ ହେଉଥିବା ଖବର ମିଳିବା ପରେ ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ୨୦୦୦ଟଙ୍କାର ନକଲି ନୋଟ ବିତରଣ କରୁଥିବା କିଙ୍ଗପିନ୍‌କୁ ଗିରଫ କରି ୬.୬୦ଲକ୍ଷ ଟଙ୍କା ଜବତ କରିଛି। ଜବତ ହୋଇଥିବା ସମସ୍ତ ନକଲି ଦୁଇ ହଜାର ଟଙ୍କାର ଛପା ଏପରି ଭାବେ ହୋଇଛି ଯେ ଅସଲି-ନକଲି ମଧ୍ୟରେ ପାର୍ଥକ୍ୟ ହିଁ ଜଣାପଡ଼ୁ ନାହିଁ।

ଭାରତର ସରକାର ଦେଶରୁ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ରୋକିବା ପାଇଁ ନୂତନ ୨୦୦୦ ଓ ୫୦୦ଟଙ୍କା ଆଣିବାର ନିଷ୍ପତ୍ତି ଗତବର୍ଷ ନଭେମ୍ବର ଆଠ ତାରିଖରେ ନେଇଥିଲେ। ଏହାପରେ ପୁରୁଣା ୧୦୦୦ ଓ ୫୦୦ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। ଏଭଳି କ୍ଷେତ୍ରରେ ବଜାରରେ ୨୦୦୦ଟଙ୍କା ନକଲି ନୋଟ ପ୍ରବେଶ ଏକ ଚିନ୍ତାର କାରଣ ପାଲଟିଛି। ଗତ ଦୁଇମାସ ମଧ୍ୟରେ ନକଲି ଦୁଇହଜାର ନୋଟ ଜବତ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

publive-image

ସ୍ପେଶାଲ ସେଲର ଡିସିପି ପ୍ରମୋଦ କୁସବାହଙ୍କ କହିବାନୁସାରେ, ପାଖାପାଖି ଏକ ମାସପୂର୍ବରୁ ପୁଲିସ ଜହିରୁଦ୍ଦିନଙ୍କ ସହିତ ଦୁଇ ଲୋକଙ୍କୁ ନକଲି ନୋଟ ସହିତ ଗିରଫ କରିଥିଲା। ଏମାନଙ୍କ ଠାରୁ ୬.୫୦ଲକ୍ଷ ଟଙ୍କାର ନକଲି ନୋଟ ଜବତ କରାଯାଇଥିଲା। ଜବତ ହୋଇଥିବା ସମସ୍ତ ଟଙ୍କା ୨ହଜାର ଟଙ୍କାର ଥିଲା।

ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ କିଙ୍ଗପିନ୍‌ କାସିଦଙ୍କ ସମ୍ପର୍କ ସୂଚନା ମିଳିଥିଲା। ଯିଏକି ମାଲଦାରେ ବାସବାସ କରେ। ଦୁଇ ଅଭିଯୁକ୍ତ କିଙ୍ଗପିନ୍‌ଠାରୁ ହିଁ ନକଲି ନୋଟ ନେଇ ଆସିଥିଲେ ବୋଲି କହିଥିଲେ। ଗତକାଲି କିଙ୍ଗପିନ୍‌କୁ ଦିଲ୍ଲୀରୁ ଗିରଫ କରାଯାଇଛି। କିଙ୍ଗପିନ୍‌ ଦିଲ୍ଲୀରେ ନକଲି ନୋଟ ବିତରଣକାରୀକୁ ଖୋଜିବାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe