ନକଲି ଜର୍ଦା କାରଖାନା ଠାବ

Advertisment

୩ ଗିରଫ, ୨ଟି ମେସିନ୍‌ ଓ ୩ଲକ୍ଷ ଟଙ୍କାର କଞ୍ଚାମାଲ୍‌ ଜବତ

୩ ଗିରଫ, ୨ଟି ମେସିନ୍‌ ଓ ୩ଲକ୍ଷ ଟଙ୍କାର କଞ୍ଚାମାଲ୍‌ ଜବତ

ନକଲି ଜର୍ଦା କାରଖାନା ଠାବ

Representative image

ଭୁବନେଶ୍ୱର : ଦୀର୍ଘ ଦିନ ଧରି ଲକ୍ଷ୍ମୀସାଗର ମହାଦେବନଗର ଅଞ୍ଚଳରେ ଚାଲିଥିବା ଏକ ନକଲି ଜର୍ଦା କାରଖାନାକୁ ସ୍ପେସାଲ ସ୍କ୍ଵାଡ୍‌ ଓ ଲକ୍ଷ୍ମୀସାଗର ପୁଲିସ ଠାବ କରିଛି। ପୁଲିସ ସେଠାରୁ କାରଖାନାର ମୁଖ୍ୟ ସମେତ ୩ଜଣଙ୍କୁ ଗିରଫ କରିବା ସହ ପାଖାପାଖି ୩ଲକ୍ଷ ଟଙ୍କାର କଞ୍ଚାମାଲ୍‌, ୨ଟି ମେସିନ୍‌, ଲେବଲ୍‌ିଂ, ଷ୍ଟିକର, ଖୋଳ, ଓଜନ ମେସିନ୍‌ ଜବତ କରିଛି। ସେମାନେ ହେଲେ ଭଦ୍ରକ ଜିଲ୍ଲା ଚଡ଼କ ଅଞ୍ଚଳର ଅକ୍ଷୟ ବେହେରା(୭୦) ଏବଂ ଦୁଇ ପୁଅ ସନ୍ତୋଷ ବେହେରା(୩୨) ଓ ସରୋଜ ବେହେରା(୩୦)। ସେମାନେ ଏଠାରେ ଲକ୍ଷ୍ମୀବିହାର ଫେଜ୍‌-୨ରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ଦୀର୍ଘ ୨ ବର୍ଷ ହେବ ଅକ୍ଷୟ, ସନ୍ତୋଷ ଓ ସରୋଜ ମହାଦେବନଗର ଅଞ୍ଚଳରେ ନକଲି ଜର୍ଦା କାରଖାନା ଆରମ୍ଭ କରିଥିଲେ। କଲିକତାରୁ କଞ୍ଚାମାଲ୍‌, ଖୋଳ, ଲେବ୍‌ଲିଂ, ଷ୍ଟିକର ମଗାଇ ଏଠାରେ ଶିବଦାତା ଓ ଗୋପାଳର ନକଲି ଜର୍ଦା ତିଆରି କରୁଥିଲେ। ଭୁବନେଶ୍ୱର, କଟକ ଓ ଆଖପାଖ ଅଞ୍ଚଳରେ ଦୋକାନୀମାନଙ୍କୁ ରିହାତି ଓ କମ୍‌ ଦରର ଲୋଭ ଦେଖାଇ ବିକ୍ରି କରୁଥିଲେ। ବିଶେଷ କରି କଟକ ଓ ଭୁବନେଶ୍ୱରରେ ସେମାନଙ୍କ ବେପାରକୁ ବୃଦ୍ଧି କରାଇବା ପାଇଁ ବିଭିନ୍ନ ସ୍କିମ୍‌ରେ ଦୋକାନୀମାନଙ୍କୁ ଜର୍ଦା ଯୋଗାଯାଉଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ଶନିବାର ଦିନ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସ ସେଠାରୁ ବିପୁଳ ପରିମାଣର ନକଲି ଜର୍ଦା, କଞ୍ଚାମାଲ ଏବଂ ବିଭିନ୍ନ ସରଞ୍ଜାମ ଜବତ କରିବା ସହ ଅକ୍ଷୟ, ସନ୍ତୋଷ ଓ ସରୋଜକୁ ଗିରଫ କରିଥିଲା। ଥାନାରେ ପଚରା ଉଚରା ପରେ ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe