ଟିଟିଲାଗଡ: ପାରିବାରିକ କଳହର କରୁଣ ପରିଣତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ରାତିରେ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଘରୁ ରାଗି ଚାଲିଯାଇଥିଲେ। ଶନିବାର ସକାଳେ ସିରୋଲ ଗାଁ ରେଳ ଧାରଣାରୁ ମହିଳାଙ୍କ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଜଣକ ହେଲେ ୨୫ ବର୍ଷୀୟା କମଳା ରଣା।

Advertisment

କମଳା ୮ ବର୍ଷ ପୂର୍ବେ ଟିଟିଲାଗଡ ଥାନା ତେନ୍ତୁଲିଖୁଣ୍ଟି ଗାଁର କୁମାରମଣି ରଣାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ଜଣ ଛୋଟ ଛୁଆ ଅଛନ୍ତି।

କୌଣସି କାରଣକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କମଳା ରାତିରେ ଘରୁ ବାହରକୁ ପଳାଇଥିଲେ। ପରିବାର ଲୋକେ ରାତି ସାରା ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍ ଖବର ପାଇ ନ ଥିଲେ।

ଅଧିକ ପଢ଼ନ୍ତୁ: ଆଜିଠାରୁ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ

ଶନିବାର ସକାଳେ ସିରୋଲ ଗାଁ ରେଳ ଧାରଣାରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ। ଜିଆରପି କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ଖବର ପାଇ କମଳା ରଣାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ଜିଆରପି ଅଧିକାରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ୨ ଟ୍ରକ୍‌ ଧକ୍କା: ଡ୍ରାଇଭର-ହେଲ୍‌ପର ଜୀବନ୍ତ ଦଗ୍ଧ