ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାସ୍ତିକୁଡ଼ି ନିକଟରେ ଶନିବାର ଭୋର ୪ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ଘଟି ଅଗ୍ନିକାଣ୍ଡ ହୋଇଛି। ଏଥିରେ ଜଣେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍ପର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳୁନି।
ଶନିବାର ଭୋର ସମୟରେ ପାସ୍ତିକୁଡ଼ି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଛିଡା ହୋଇଥିବା ଅନ୍ୟ ଏକ ଚାଉଳ ବୋଝେଇ ଟ୍ରକ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ଦୁଇ ଟ୍ରକ୍ରେ ନିଆଁ ଲାଗିଯାଇଥିଲା।
ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ କୋଇଲା ବୋଝେଇ ଟ୍ରକର୍ ଡ୍ରାଇଭର ଏବଂ ହେଲ୍ପର ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ। ଚାଉଳ ବୋଝେଇ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳି ପାରୁନି।
ଅଧିକ ପଢ଼ନ୍ତୁ: ଆଜିଠାରୁ ହକି ଇଣ୍ଡିଆ ଲିଗ୍ ଆରମ୍ଭ
ଖବରପାଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ: ପଡୋଶୀ ହତ୍ୟାକାରୀକୁ ଆଜୀବନ ଜେଲ୍ :ବିବାହ ଭୋଜିରେ ଘଟିଥିଲା ହତ୍ୟାକାଣ୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)