ପାରିବାରିକ ବିବାଦ: ବଡ଼ବାପା ଓ ସଂପର୍କୀୟ ଖୁଡ଼ୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କଲା ପୁତୁରା

ରିବାର ମଧ୍ୟରେ ବିବାଦ ଯୋଗୁଁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମରେ ବଡ଼ବାପା ଓ ସମ୍ପର୍କୀୟ ଖୁଡ଼ୀଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରିଛି ପୁତୁରା। ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

51a01f27-0f50-4b6b-9a64-30e48ac57fe7

ନଦୁଆଁରେ ତୀବ୍ର ଉତ୍ତେଜନା, ଅଭିଯୁକ୍ତ ଅଟକ

ଆନନ୍ଦପୁର/ଘସିପୁରା: ଦୁଇ ପରିବାର ମଧ୍ୟରେ ବିବାଦ ଯୋଗୁଁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମରେ ବଡ଼ବାପା ଓ ସମ୍ପର୍କୀୟ ଖୁଡ଼ୀଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରିଛି ପୁତୁରା। ମୃତକମାନେ ହେଲେ ସେହି ଗ୍ରାମର ପାଣୁ ପୃଷ୍ଟି (୭୦) ଓ ସଞ୍ଜୁଲତା ପଲେଇ (୪୦)। ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀ ଅଭିଯୁକ୍ତ ପୁତୁରା ଭଞ୍ଜକିଶୋର ପୃଷ୍ଟିକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।

ପାଣୁ ପୃଷ୍ଟି ଓ ଭଞ୍ଜକିଶୋରଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ମଧ୍ୟ ଏହାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଅପରାହ୍‌ଣ ପ୍ରାୟ ୨ଟାବେଳେ ଭଞ୍ଜକିଶୋର ନିଶାସକ୍ତ ଅବସ୍ଥାରେ ଆସି ସମସ୍ତଙ୍କୁ ଗାଡ଼ି ଚଢ଼ାଇ ମାରିଦେବ ବୋଲି ଧମକ ଦେଇଥିଲା। ପରେ ଏକ ଡମ୍ପର (ଓଆର୍‌-୧୬-ସି-୯୮୫୦)କୁ ଷ୍ଟାର୍ଟ କରି ବଡ଼ବାପା ପାଣୁଙ୍କ ଘର ଆଡ଼କୁ ମାଡ଼ି ଆସିଥିଲା। ତାଙ୍କ ଚାଳଘରକୁ ଧକ୍କା ଦେଇଥିଲା।

 ଏହି ସମୟରେ ପାଣୁ ଗାଡ଼ି ଚକ ତଳେ ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନିକଟରେ ଥିବା ସମ୍ପର୍କୀୟ ଖୁଡ଼ୀ ତଥା କୁଳମଣି ପଲେଇଙ୍କ ପତ୍ନୀ ସଞ୍ଜୁଲତା ପାଣୁଙ୍କ ପାଖକୁ ଧାଇଁ ଆସିଥିଲେ। ତାଙ୍କ ଉପରେ ମଧ୍ୟ ଭଞ୍ଜକିଶୋର ଗାଡ଼ି ଚଢ଼ାଇ ‌ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe