କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଇଲାକା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛିl ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପାl ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)।
ପରିବାର ଲୋକଙ୍କ କହିବାନୁଯାୟୀ ଗତକାଲି କୌଣସି କାରଣକୁ ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ବିଭୁତି ନିଶାସକ୍ତ ଅବସ୍ଥାରେ ଘରେ ପାଟିତୁଣ୍ଡ କରିବା ସହ ପୁଅ କ୍ଷୀରୋଦକୁ ମାରିବା ପାଇଁ ଇଟା, ପଥର ପକାଇଥିଲା, ଯାହାକୁ ନେଇ କ୍ଷୀରୋଦ କଙ୍କଡାହାଡ଼ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ହେଲେ ତାଙ୍କୁ ନ୍ୟାୟ ମିଳିବା ବଦଳରେ ତାଙ୍କୁ ଗାଳି କରି ଘରକୁ ଫେରାଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତିl ଅନୁରୂପ ଭାବରେ ଆଜି ସକାଳୁ ପୁଣି କ୍ଷୀରୋଦ ଥାନାରେ ଅଭିଯୋଗ କରି ଘରକୁ ଫେରିଥିଲେ ହେଲେ ଘରକୁ ପହଁଚିଲା ମାତ୍ରେ ଘରେ ଜଲାଦ ବାପା ପୁଅ ଉପରେ ଏକ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା l ପରିବାର ଲୋକ କ୍ଷୀରୋଦକୁ ମୁର୍ମୁଷୁ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l
ଆହୁରି ପଢ଼ନ୍ତୁ: T20 World Cup: ବଡ଼ ପରାଜୟରୁ ଅଳ୍ପକେ ବର୍ତ୍ତିଲା ପୂର୍ବ ବିଶ୍ବ ବିଜେତା
ପୁଲିସର ଅବହେଳାକୁ ନେଇ କ୍ଷୀରୋଦଙ୍କ ମୃତ୍ୟୁ ହୋଇଥିବା ନେଇ କ୍ଷୀରୋଦଙ୍କ ମା ଓ ଭାଇ ବୋହୂ ଅଭିଯୋଗ କରିଛନ୍ତିl କ୍ଷୀରୋଦଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତିl ଏ ସଂକ୍ରାନ୍ତରେ କଙ୍କଡାହାଡ଼ ଥାନା ଅଧିକାରୀଣି କଳ୍ପନା ବେହେରା ସୂଚନା ଦେଇଛନ୍ତି ଗତକାଲି ୧୧୨ ନମ୍ବରକୁ ଏକ ଫୋନ କଲ ଆସିଥିଲା କମ୍ପୁଲେଇ ଗ୍ରାମର ଜଣେ ମହିଳା ଫୋନ କରିଥିଲେ ଘରେ ବାପା ଆକ୍ରମଣ କରୁଛନ୍ତି ପୁଅ ଉପରେ। ଏହି ଖବର ପାଇ ରାତି ପ୍ରାୟ ୧୧ ଟା ସମୟରେ ପୋଲିସ ଯାଇ ଗାଁରେ ପହଁଚିଲା ବେଳକୁ ସମସ୍ତେ ଶୋଇ ପଡ଼ିଥିବା ନେଇ ପୁଲିସ ପକ୍ଷରୁ କୁହା ଯାଇଛି।
ଆହୁରି ପଢ଼ନ୍ତୁ: Rahul Gandhi with Kid: ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କରିଛି କଂଗ୍ରେସ
ଆଜି ମୃତକଙ୍କ ପରିବାର ଦେଇଥିବା ଅଭିଯୋଗକୁ ଅପରାହ୍ନ ୧ଟା ୧୦ରେ ପଞ୍ଜୀକରଣ କରାଯାଇ ଥିଲା ବେଳେ ଯୁବକ ଜଣଙ୍କ ଘରେ ପହଁଚିଲା ପରେ ବାପା ହତ୍ୟା କରିଥିବା ଥାନା ଅଧିକାରୀ କହିଛନ୍ତି। ମୃତଦେହ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଥିବାବେଳେ ବ୍ୟବଚ୍ଛେଦ ହୋଇ ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
Follow Us