ବୋହୂ ମାଡ଼ରେ ଶାଶୂ ଗୁରୁୁତର, ଦେହରେ ୬ ଜାଗା ପଡ଼ିଲା ସିଲେଇ

Advertisment
ବୋହୂ ମାଡ଼ରେ ଶାଶୂ ଗୁରୁୁତର, ଦେହରେ ୬ ଜାଗା ପଡ଼ିଲା ସିଲେଇ

କୋଏମ୍ବାଟୁର୍‌: ଝିମିଟି ଖେଳରୁ ମହାଭାରତ। ଏକ ଛୋଟ କାରଣକୁ ନେଇ ଉପୁଜିିଥିବା ପାଟିତୁଣ୍ଡ ଏବେ ବଡ଼ ଧରଣର ପାରିବାରିକ ସମସ୍ୟାର ରୂପ ନେଇଛି। ତାମିଲ୍‌ନାଡୁର ଜଣେ ଶାଶୂଙ୍କୁ ବାଡ଼େଇଥିବା ଅଭିଯୋଗରେ ପୁଲିସ୍‌ ଅଭିଯୁକ୍ତା ବୋହୂକୁ ଗିରଫ କରିଛି।

ଅଭିଯୁକ୍ତା କଳ୍ପନା ତାଙ୍କ ଶାଶୂ ବି ନଗେଶ୍ବରୀଙ୍କୁ ବାଡ଼େଇଛନ୍ତି ବୋଲି ତାମିଲ୍‌ନାଡୁର ପୋଲାଚି ଥାନାରେରେ ଅଭିଯୋଗ ହୋଇଛି। ବୋହୂ ମାଡ଼ରେ ଶାଶୂ ଗୁରୁତର ଆହତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ୬ଟି ଜାଗାରେ ସିଲେଇ କରାଯାଇଛି।

publive-image YouTube

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଏସବୁ ପଛର ମୁଖ୍ୟ କାରଣ ହେଉଛନ୍ତି ପୀଡ଼ିତା ଶାଶୂଙ୍କ ପୁଅ ତଥା କଳ୍ପନାଙ୍କ ସ୍ବାମୀ ଶ୍ରବଣ କୁମାର। ସେ ମଦ୍ୟପାନ କରି ଘରକୁ ଆସିବା ପରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି କଥାରେ ମୁଣ୍ଡ ପୂରାଇବାରୁ ଶାଶୂ ବୋହୂଙ୍କ ଭିତରେ ବି ଝଗଡ଼ା ହୋଇଥିଲା। ବୋହୂ ରାଗରେ ଆସି ଶାଶୂଙ୍କୁ ମାଡ଼ ମାରିଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶ୍ରବଣ କୁମାର ଓ କଳ୍ପନାଙ୍କର ବିବାହକୁ ୧୩ ବର୍ଷ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe