ଆସିକା: କୋଟିଣ୍ଡା ଫାଣ୍ଡି ଅନ୍ତର୍ଗତ ଜୟପୁର ଗ୍ରାମର ବାବୁଲା ପାତ୍ରଙ୍କୁ ତା’ର ବାପା ବନମାଳୀ ପାତ୍ର ଓ ସାନଭାଇ ସନ୍ତୋଷ ପାତ୍ର ହତ୍ୟା କରିବାରେ ପରେ ଶବକୁ ଖଣ୍ଡ ଖଣ୍ଡ କରି ଘରପଛରେ ଥିବା ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ।
କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସନ୍ତୋଷ ପାତ୍ର ସେଠରେ ପହଞ୍ଚି ଏନ୍ଏସି ଝାଡୁ କର୍ମଚାରୀଙ୍କ ସହାୟତାରେ ଖଣ୍ଡବିଖଣ୍ଡ ହୋଇଥିବା ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।
ପାରିବାରିକ କଳହ ଯୋଗୁଁ ଦୁଇ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା କଥା ଜଣାପଡ଼ିଛି। ମୃତ ବାବୁଲାଙ୍କ ପତ୍ନୀ ଭାଗ୍ୟଲତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ପ୍ରକାଶ ଥାଉକି, ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ନିଜ ପତ୍ନୀଙ୍କୁ ହତ୍ୟା କରି ଜେଲ୍ ଦଣ୍ଡ ଭୋଗିବା ପରେ ନିକଟରେ ଜେଲ୍ରୁ ମୁକୁଳି ଥିଲା।
Follow Us