ନୂଆଦିଲ୍ଲୀ: ସମୟସମୟରେ ଲୋକେ ଅନ୍ଧବିଶ୍ବାସରେ ପଡ଼ି ଆଶ୍ଚର୍ଯ୍ୟଜନକ କାମ କରିଥାଆନ୍ତି। ନିକଟରେ ଜଣେ ବାପା ମୃତ ଛୁଆ ବଞ୍ଚିଯିବାର ଆଶା ନେଇ ମାଟି ତଳୁ ତାକୁ ବାହାର କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଭାଗଲପୁରର ନବଗଚ୍ଛିଆରେ ଜଣେ ବାପା ତାନ୍ତ୍ରିକ କଥାରେ ବିଶ୍ବାସ କରି ନିଜର ମୃତ ଛୁଆକୁ ମାଟି ତଳୁ ଖୋଳି ବାହାର କରି ହସ୍ପିଟାଲ ନେଇ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ବାପା ଡାକ୍ତରଙ୍କୁ ଦାବି କରି କହିଥିଲେ, ‘ମୋର ଛୁଆ ଜୀବିତ ଅଛି ତୁରନ୍ତ ତାକୁ ଅକ୍ସିଜେନ ଦେଇ ଚିକିତ୍ସା ଆରମ୍ଭ କରନ୍ତୁ।’
ଡାକ୍ତର ମୃତ ଶିଶୁର କ’ଣ ଚିକିତ୍ସା କରିବେ ବୋଲି କହିବାରୁ ବାପା ମହତୋ ହସ୍ପିଟାଲରେ ଉତ୍ତେଜନା ଆରମ୍ଭ କରିଦେଇଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ କହିଛନ୍ତି, ‘ମହତୋଙ୍କ ୧୦ମାସର ଶିଶୁଙ୍କ ନବଗଚ୍ଛିଆରେ ୨ଦିନ ହେବ ଚିକିତ୍ସା ଚାଲିଥିଲା। ଶିଶୁର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ଡାକ୍ତର ଭାଗଲୁପର ହସ୍ପିଟାଲଏକୁ ସ୍ଥାନାନ୍ତର କରି ଦେଇଥିଲେ। ଏଠାରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଘରକୁ ଆଣିବା ପରେ ଶିଶୁର ଅନ୍ତିମ ସଂସ୍କାର କରାଯାଇଥିଲା।
ଏହି ଖବର ଶୁଣି ଗାଁରେ ଥିବା ମହିଳା ତାନ୍ତ୍ରିକ ସୋନି ଦେବୀ ମହତୋଙ୍କୁ ତାଙ୍କ ମୃତ ଶିଶୁକୁ ଜୀବିତ କରିଦେବେ ବୋଲି ଦାବି କରିଥିଲେ। ଏହାପରେ ମହତୋ ଶିଶୁକୁ ମାଟି ଭିତରୁ ବାହାର କରି ସୋନି ଦେବୀଙ୍କ ପାଖକୁ ନେଇଥିଲେ। ସୋନି ଦେବୀ ଝାଡ଼ଫୁଙ୍କା କରିବା ପରେ ଶିଶୁ ଜୀବିତ ହୋଇଯିବ ବୋଲି କହିଥିଲେ। ଏହି ଆଶାରେ ମତତୋ ତାଙ୍କ ମୃତ ଶିଶୁ ଜୀବିତ ହୋଇଯିବା ଆଶାରେ କୋଳରେ ଧରି ହସ୍ପିଟାଲ ଦୌଡ଼ି ଯାଇଥିଲେ। ’
Follow Us