ଝିଅ କଲା ପ୍ରେମ ବିବାହ: ସମାଜର ଟାହିଟାପରା ଭୟରେ ପରିବାରଲୋକେ କଲେ ସାମୂହିକ ଆତ୍ମହତ୍ୟା

Advertisment
ଝିଅ କଲା ପ୍ରେମ ବିବାହ: ସମାଜର ଟାହିଟାପରା ଭୟରେ ପରିବାରଲୋକେ କଲେ ସାମୂହିକ ଆତ୍ମହତ୍ୟା

https://aajtak.intoday.in/

ମୁମ୍ବାଇ: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୪ବର୍ଷୀୟ ଯୁବତୀ ଅନ୍ୟ ଜାତିର ଯୁବକଙ୍କୁ ବିବାହ କରିବାରୁ ଝିଅର ପରିବାରଲୋକ ସାମୂହିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ସାମୂହିକ ଆତ୍ମହତ୍ୟା ପୂରା ଅଞ୍ଚଳକୁ ସ୍ତବ୍ଧ କରି ରଖି ଦେଇଛି।

ସୂଚନାଯୋଗ୍ୟ, ଗଡ଼ଚିରୋଲି ସହରରେ ରବୀନ୍ଦ୍ର ଓ୍ଵରଙ୍ଗଟିବାର ବସବାସ କରନ୍ତି। ରବୀନ୍ଦ୍ରଙ୍କ କନ୍ୟା ଅନ୍ୟ ଜାତିର ଜଣେ ପୁଅକୁ ଭଲ ପାଉଥିଲା। ସେ ଏହି ପୁଅକୁ ବିବାହ କରିବ ବୋଲି ଘରେ ଜିଦ ଧରି ବସିଥିଲା। ପରିବାରଲୋକ କିନ୍ତୁ ଝିଅର ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହାପରେ ଝିଅ ଘରୁ ଫେରାର ହୋଇ ମନ୍ଦିରରେ ଯାଇ ତାର ପ୍ରେମିକକୁ ବିବାହ କରି ନେଇଥିଲା।

publive-image https://aajtak.intoday.in/

ଝିଅର ଏଭଳି ପଦକ୍ଷେପରେ ଘର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କିଛିଲୋକ କନ୍ୟା ପିତାଙ୍କୁ ବୁଝାସୁଝା କରିଥିବା ବେଳେ ଅନ୍ୟ କେତେକ ଲୋକ ଟାହିଟାପରା କରିବା ଆରମ୍ଭ କରି ଦେଇଥିଲେ। ଏହାକୁ ଝିଅର ପରିବାରଲୋକେ ସହି ପାରି ନଥିଲେ। ଶେଷରେ ନିକଟରେ ଥିବା ଏକ ଖୋଲା କୂଅରେ ଝିଅର ମା’-ବାପା ଓ ଭାଇ ଏକାଠି ଡେଇଁ ଆତ୍ମହତ୍ୟା କରିଥିଲେ।

publive-image https://aajtak.intoday.in/

ଏହି ସାମୂହିକ ଆତ୍ମହତ୍ୟା ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କୂଅ ଭିତରୁ ତିନିଜଣଙ୍କ ମୃତଦେହ ବାହାର କରିଥିଲା ପୁଲିସ । ମୃତ ତିନିଜଣଙ୍କ ନାମ ରବୀନ୍ଦ୍ର ନାଗୋରାବ ଓ୍ଵରଙ୍ଗଟିବାର(୫୦-ଝିଅର ବାପା), ବୈଶାଳୀ (୪୩-ଝିଅର ମା’) ଓ ସାଇରାମ (୧୯-ଝିଅର ଭାଇ) ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe