ନାବାଳିକା ଝିଅକୁ ନିର୍ଯାତନା ଦେଇ ବାପା ଗିରଫ

Advertisment
ପାର୍କିଂକୁ କେନ୍ଦ୍ର କରି ପଡ଼ୋଶୀଙ୍କୁ କାମୁଡ଼ିଦେଲେ, ବାପା, ପୁଅ ସମେତ ୩ ଗିରଫ

image source- aajtak

କବାଟବନ୍ଧ: ନାବାଳିକା ଝିଅକୁ ଶାରୀରିକ, ମାନସିକ ନିର୍ଯାତନା ଅଭିଯୋଗରେ ଜେନାପୁର ପୁଲିସ ଆଜି ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଭଳି ସାଂଘାତିକ ଘଟଣା ଘଟିଛି ଯାଜପୁରର ମର୍ଜିତାପୁର ଗ୍ରାମରେ। ମର୍ଜିତାପୁର ଗ୍ରାମର ବିନୋଦ ନାଥ (୪୫) ପୁରୀରେ ରହି ରଙ୍ଗଅଳତା ବ୍ୟବସାୟ କରନ୍ତି। ଗାଁରେ ତାଙ୍କର ଏକ ଛୋଟ ଡାଲିଚାଉଳ ଦୋକାନ ମଧ୍ୟ ରହିଛି। ଏହାକୁ ତାଙ୍କର ସ୍ତ୍ରୀ ଓ ୫ ଝିଅ ଚଳାନ୍ତି। ମାତ୍ର ବିନୋଦ ତାଙ୍କ ଜଣେ ଝିଅକୁ ବାରମ୍ବାର ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ପୁରୀରୁ ବିନୋଦ ଯେବେ ଘରକୁ ଆସନ୍ତି ପ୍ରଚୁର ମଦ୍ୟପାନ କରି ଘରେ ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ମାରଧର କରନ୍ତି। କେବଳ ସେତିକି ନୁହେଁ ଅନେକ ସମୟରେ ଯୌନ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ଜେନାପୁର ପୁଲିସ ଅଭିଯୁକ୍ତ ବାପା ବିନୋଦଙ୍କ ବିରୋଧରେ ୨୭/୨୦ରେ ଦଫା ୩୪୧, ୨୯୪, ୩୨୩, ୩୫୪(ଖ) ୫୦୬ ତଥା ପୋକ୍ସୋ ଆଇନ ବଳରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିଛି। ପଚରାଉଚରା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟପଟେ ବାପାର ନିର୍ଯାତନା ସହି ନପାରି ଝିଅ ତାର ମାଉସୀ ଘରେ ରହୁଥିବା ତାଙ୍କ ମା’ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe