ନୂଆବର୍ଷରେ ମା’ଝଗଡ଼ା କରି ଘର ଛାଡି ଚାଲି ଯିବାପରେ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେଲା ଝିଅ

Advertisment
ନୂଆବର୍ଷରେ ମା’ଝଗଡ଼ା କରି ଘର ଛାଡି ଚାଲି ଯିବାପରେ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେଲା ଝିଅ

dailytimes.com.pk

ଫିରୋଜପୁର: ପଞ୍ଜାବର ଫିରୋଜପୁର ଜିଲ୍ଲାର ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ଝିଅ ନିଜ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ପୀଡ଼ିତାଙ୍କୁ ଡାକ୍ତରିମାଇନା ପାଇଁ ପଠାଇ ଦେଇଛି। ପୁଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବା ସହିତ ଫେରାର ଦୁଷ୍କର୍ମକାରୀ ବାପାକୁ ଧରିବା ପାଇଁ ତଦନ୍ତ ଚଳାଇଛି।

Image result for father-did-misdeed-with-girl Bloomberg

ପୁଲିସକୁ ଦେଇଥିବା ବୟାନ୍‌ରେ ପୀଡ଼ିତା କହିଥିଲେ କି, ତାଙ୍କ ପିତା ତାଙ୍କ ସହିତ ଅନେକ ଦିନ ହେବ ଦୁଷ୍କର୍ମ କରି ଆସୁଥିଲେ। ଏପରି କରିବାକୁ ବାରଣ କରିବାରୁ ବାପା ତାଙ୍କୁ ଜୀବନରୁ ମାରିବାକୁ ଧମକ ଦେଉଥିଲେ। ତେଣୁ ସେ ଏହିି ଭୟରେ ନିଜ ସହିତ ଘଟୁଥିବା ଘଟଣାକୁ ମା’ଙ୍କ ଆଗରେ ବି କହି ପାରୁ ନଥିଲେ।’

Related image newsmen.in

ପୁଲିସ ସୂତ୍ରରୁ ପ୍ରକାଶ, ପୀଡ଼ିତାଙ୍କ ବୟାନ ଅନୁଯାୟୀ ତାଙ୍କ ବାପା ବିରୋଧରେ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କ ଡାକ୍ତରି ମାଇନ୍‌ ରିପୋର୍ଟ ଆସିଲା ପରେ ଯାଇ ଯାଞ୍ଚକୁ ଆଗକୁ ବଢ଼ା ଯିବ। ପୀଡିତା ସପ୍ତମ ଶ୍ରେଣୀରେ ପାଠ ପଢ଼ୁନ୍ତି। ଜାନୁଆରି ୧ ତାରିଖରେ ତାଙ୍କ ବାପା ଓ ମା’ଙ୍କ ଭିତରେ ଝଗଡ଼ା ହୋଇଥିଲା। ଫଳରେ ପୀଡିତାଙ୍କ ମା’ ରାଗି ଯାଇ ଘର ଛାଡି ଚାଲି ଯାଇଥିଲେ। ଜାନୁଆରି ଦୁଇ ତାରିଖରେ ଘରକୁ ଆସିବା ପରେ ଝିଅ ଠାରୁ ନିଜର ସ୍ୱାମୀଙ୍କ ଲଜାକର କାମ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe