ବାପା ଦୁଷ୍କର୍ମ କଲେ, ଏବେ ତୁମେ ତାଙ୍କର ପତ୍ନୀ; ଶଶୁର ଦୁଷ୍କର୍ମ କରିବାରୁ ମାଡ଼ ମାରି ସ୍ତ୍ରୀକୁ ଏଭଳି କହିଲା ସ୍ବାମୀ

Advertisment
ବାପା ଦୁଷ୍କର୍ମ କଲେ, ଏବେ ତୁମେ ତାଙ୍କର ପତ୍ନୀ; ଶଶୁର ଦୁଷ୍କର୍ମ କରିବାରୁ ମାଡ଼ ମାରି ସ୍ତ୍ରୀକୁ ଏଭଳି କହିଲା ସ୍ବାମୀ

ମୁଜାଫରନଗର: ଗର୍ଭବତୀ ବୋହୂ ସହ ଦୁଷ୍କର୍ମ କଲା ଶଶୁର। ନ୍ୟାୟ ନଦେଇ ପିଟି ପିଟି ଘରୁ ବାହାର କଲା ପୁଅ। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଶଶୁର ନିଜ ବୋହୂ ସହ ଦୁଷ୍କର୍ମ କରି ଫେରାର ହେବା ପରେ ସ୍ବାମୀଙ୍କୁ କାନ୍ଦି କାନ୍ଦି ସବୁ କହିଥିଲେ ପୀଡ଼ିତା। ହେଲେ ନ୍ୟାୟ ଦେବା ପରିବର୍ତ୍ତେ ସ୍ବାମୀ ନିଜ ପତ୍ନୀକୁ ଘରୁ ବାହାର କରିଦେଇଥିବା ଜଣାଯାଇଛି। ମାଡ଼ ମାରି ବାହାର କରିବା ସହ ସ୍ବାମୀ କହିଥିଲା ଯେ, ବାପା ତୁମ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଛନ୍ତି, ତେଣୁ ମୁଁ ତୁମକୁ ମୋ ସାଙ୍ଗରେ ରଖି ପାରିବି ନାହିଁ। କାରଣ ବର୍ତ୍ତମାନ ତୁମେ ଏବେ ମୋ ବାପାଙ୍କ ପତ୍ନୀ।

ମିଳିଥିବା ସୂଚନା ମୁତାବକ, କକ୍ରୌଲି ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଶଫିକଙ୍କ ଝିଅ ଆଫ୍ରିନଙ୍କ ବିବାହ ଅଗଷ୍ଟ ୧୯, ୨୦୨୨ରେ ମିରପୁର ପୁଲିସ ଷ୍ଟେସନ ଅଞ୍ଚଳରେ ହୋଇଥିଲା। ଅଭିଯୋଗ ହୋଇଛି ଯେ ବିବାହ ପରେ ଶଶୁର ଶମିମ ତାଙ୍କ ବୋହୂ ଉପରେ ଖରାପ ନଜର ରଖୁଥିଲେ। ଜୁଲାଇ ୫, ୨୦୨୩ରେ ପୀଡିତାଙ୍କ ଶଶୁର ତାଙ୍କ ବୋହୂକୁ ଜବରଦସ୍ତ ରୁମ ଭିତରକୁ ଟାଣି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଆଫ୍ରିନଙ୍କ ଶାଶୁ ଓ ସ୍ବାମୀ ଡାକ୍ତରଖାନା ଯାଇଥିବା ବେଳେ ଅଭିଯୁକ୍ତ ଏହି ଅପରାଧ କରିିଥିଲେ। ସ୍ବାମୀ ଆସିବା ପରେ ଆଫ୍ରିନ ନିଜ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ସ୍ବାମୀକୁ ଜଣାଇଥିଲେ। ହେଲେ ସ୍ବାମୀ ତାଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଥିଲେ। ଏବେ ପୀଡ଼ିତା ପୁଲିସର ସାହାଯ୍ୟ ଲୋଡିଥିବା ବେଳେ ଏତଲା ରଖି ଫେରାର ଥିବା ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe