ଛଅ ବର୍ଷର ପୁଅର ତଣ୍ଟିଚିପି ମାରିଦେଲା ବାପା

Advertisment
ଛଅ ବର୍ଷର ପୁଅର ତଣ୍ଟିଚିପି ମାରିଦେଲା ବାପା

ନୂଆଦିଲ୍ଲୀ: ଜଣେ ବାପା ନିଜର ଛଅ ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରୁଥିବା ଘଟଣା ଚାଞ୍ଚଳ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ୪୬ ବର୍ଷୀୟ ପିତା ବିନୋଦ ୧୯୯୭ରେ ବିବାହ କରିଥିଲେ। କିନ୍ତୁ ବାହାଘର ଅନେକ ବର୍ଷ ଯାଏଁ ସେମାନଙ୍କର ପିଲାଛୁଆ ହୋଇ ନଥିଲେ। ତା’ପରେ ବିଭିନ୍ନ ସମୟରେ ମାନସିକ ପରେ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଠିକ୍‌ ସେହି ସମୟରେ ବିନୋଦଙ୍କ ସ୍ତ୍ରୀ କର୍କଟ ରୋଗରେ ପୀଡ଼ିତ ହେଲେ। ସ୍ତ୍ରୀଙ୍କ ଚିକିତ୍ସାରେ ବିପୁଳ ଅର୍ଥ ଶ୍ରାଦ୍ଧ କରିଲେ। ମାତ୍ର ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲେ।

publive-image

ଏହାପରେ ବିନୋଦ ମାନସିକ ଅବସାଦ ଗ୍ରସ୍ତ ହୋଇଗଲେ। ତାଙ୍କର ଋଣଭାର ମଧ୍ୟ ଅତ୍ୟଧିକ ହୋଇଥିଲା। ବିନୋଦ ପଟେଲ ନଗରସ୍ଥିତ ଡାଏରି ପ୍ରଡକ୍ଟ୍‌ସର ବିତରକଙ୍କ ପାଖରେ ସେଲ୍‌ସମ୍ୟାନ ଭାବେ ଚାକିରି କରୁଥିଲେ। ଦୁଇ ମାସ ତଳେ ତାଙ୍କର ଚାକିରି ଚାଲିଯାଇଥିଲା। ନିଜର ଆର୍ଥିକ ଦୁଃସ୍ଥିତିକୁ ନେଇ ଚିନ୍ତାରେ ଥିଲେ ବିନୋଦ। ସେ ବାଧ୍ୟ ହୋଇ ନିଜର ଛଅ ବର୍ଷୀୟ ପୁଅ ପୁନୀତର ତଣ୍ଟି ଚପି ଦେଇଥିଲେ ଓ ସେଥିପାଇଁ ତାଙ୍କ ମନରେ କୌଣସି ତାଙ୍କ ମନରେ କୌଣସି ଗ୍ଳାନି ନାହିଁ ବୋଲି ଅଭିଯୁକ୍ତ ବିନୋଦ କହିଛନ୍ତି। ଅଭିଯୁକ୍ତ ବିନୋଦକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe