ଝିଅ ଘରୁ ଆସି ବାହାରେ ରହୁଥିବାରୁ ଆତ୍ମହତ୍ୟା ପରେ ଶବ ନେଲେ ନାହଁ ପରିବାର ଲୋକେ,ଅନ୍ତିମ ସଂସ୍କାର କଲା ପୁଲିସ

Advertisment
ଝିଅ ଘରୁ ଆସି ବାହାରେ ରହୁଥିବାରୁ ଆତ୍ମହତ୍ୟା ପରେ ଶବ ନେଲେ ନାହଁ ପରିବାର ଲୋକେ,ଅନ୍ତିମ ସଂସ୍କାର କଲା ପୁଲିସ

jansatta.com

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ଜିଆଇପି ମଲ୍‌ର ଛାତରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଯେତେବେଳେ ପୁଲିସ ମହିଳାଙ୍କ ଶବ ନେଇ ତାଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ପହିବାର ଲୋକେ ସେ ଆମ ଝିଅ ନୁହଁ ବୋଲି କହିଥିଲେ । ଏହା ସହ ଆମେ ଝିଅର ଅନ୍ତିମ ସଂସ୍କାର କରି ପାରିବୁ ନାହଁ କରି ଶବ ଫେରାଇ ଦେବାରୁ ସେକ୍ଟର-୯୪ରେ ଥିବା ଶ୍ମଶାନରେ ମୃତ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲା ପୁଲିସ । ମୃତ ଶିବାନୀଙ୍କ ବାପା ସତକପାଲଙ୍କ କହିବା ଅନୁଯାୟୀ, ଝିଅକୁ ନୋଏଡ଼ାରେ ରହିବା ପାଇଁ ମନା କରିଥିଲୁ । କିନ୍ତୁ ସେ ଆମ କଥା ନ ମାନି ନୋଏଡ଼ାରେ ଆସି ରହିଥିଲେ ।

publive-image telugu.samayam.com

ସେହି ଦିନ ଠାରୁ ଆମେ ତା’ ସହ ସବୁ ସଂପର୍କ କାଟି ଦେଇଥିଲୁ । ଅନ୍ୟ ପକ୍ଷରେ ଶିବାନୀଙ୍କ ଏହି ଆତ୍ମହତ୍ୟା ପଛରେ ତାଙ୍କ ପ୍ରେମୀ ଧର୍ମଜିତ୍‌ଙ୍କ ହାତ ଥିବା ଜାଣି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ । ସେ ଆନ୍ଧ୍ରପ୍ରଦେଶରେ ଲୁଚିଥିବା ଖବର ପାଇଁ ଆନ୍ଧ୍ରପ୍ରଦେଶ ଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe