ଦୁଇବର୍ଷର ଶିଶୁକୁ ବିକ୍ରି କରି ସେହି ଟଙ୍କାରେ ପ୍ରେମିକା ସହ ବୁଲିବାକୁ ପଳାଇଲା ବାପା

Advertisment
ଦୁଇବର୍ଷର ଶିଶୁକୁ ବିକ୍ରି କରି ସେହି ଟଙ୍କାରେ ପ୍ରେମିକା ସହ ବୁଲିବାକୁ ପଳାଇଲା ବାପା

ନୂଆଦିଲ୍ଲୀ: କଥାରେ ଅଛି ସନ୍ତାନ ପାଇଁ ବାପା-ମା’ ନିଜ ଜୀବନ ଦେବାକୁ ବି ପଛାଇ ନଥାଆନ୍ତି। କିନ୍ତୁ ସମୟସମୟରେ ଏମିତି ବି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ବିଶ୍ବାସ କରି ହୋଇ ନଥାଏ। ମନ କହୁଥାଏ ବାସ୍ତବରେ କ’ଣ ଏମିତି ଘଟିଥାଇପାରେ। ଏମିତି ଏକ ଅବିଶ୍ବାସନୀୟ ଘଟଣା ସାମ୍ନାକୁ ଆସିଛି।

ଚାଇନାରେ ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ତାଙ୍କ ପ୍ରଥମ ସ୍ତ୍ରୀ ସହିତ ଛାଡ଼ ହୋଇଯିବା ପରେ ଦୁଇବର୍ଷର ପୁଅ ତାଙ୍କ ପାଖରେ ରହୁଥିଲା। କାରଣ ଛାଡ଼ପତ୍ର ପରେ ବାପ ହିଁ ପୁଅର ଦେଖାଶୁଣା କରିବା ନେଇ ରାୟ ହୋଇଥିଲା। ମଝିରେ ମଝିରେ ମା’ ଚାହିଁଲେ ପୁଅ ପାଖକୁ ଆସି ପାରିବ ବୋଲି ବି କୋର୍ଟ କହିଥିଲେ। ମା’ ବି ସମୟସମୟ ଆସି ପୁଅକୁ ଦେଖି ଯାଆନ୍ତି।

ଏକଦା ନିଷ୍ଠୁର ବାପା ନିଜର ଦୁଇବର୍ଷର ପୁଅକୁ ଚାଙ୍ଗୁସ ସହରରେ ବସବାସ କରୁଥିବା ଦମ୍ପତିଙ୍କୁ ବିକି ଦେଇଥିଲେ। ଏହି ସମୟରେ ତାଙ୍କ ହୃଦୟକୁ ତିଳେ ମାତ୍ର କଷ୍ଟ ହୋଇ ନଥିଲା। କେବଳ ଏତିକି ନୁହେଁ ସେ ଉକ୍ତ ଟଙ୍କାରେ ନିଜର ପ୍ରେମିକା ସହ ଦେଶରୁ ଦେଶ ବୁଲିବାକୁ ଯୋଜନା ମଧ୍ୟ କରିଥିଲେ।

ତେବେ ଅନେକ ଦିନ ଧରି ମା’ ପୁଅକୁ ଦେଖିବାକୁ ନପାଇବାରୁ ପୁଲିସରେ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ବାପାକୁ ପୁଲିସ ଗିରଫ କରି ପଚରାଉଚରା ଚଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe