Image Courtesy of Deccan Chronicle
ଭୋପାଳ: ବୁଧବାର ଉତ୍ତର ଛତିଶଗଡ଼ର ସୁରଜପୁର ଜିଲ୍ଲା ଅନ୍ତର୍ଗତ ପୋଦି ଗାଁ’ର ଜଣେ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ହତ୍ୟା କରିଥିବା ନିଜ ପୁଅ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ୫୦ ବର୍ଷିୟ ଶିବମଙ୍ଗଳ ନିଜ ୨୬ ବର୍ଷିୟ ପୁଅ ସିଦ୍ଧନ୍ତରିଙ୍କ ନାମରେ ଏତଲା ଦେବାକୁ ଜିଗର ଲଗାଇବା ଦେଖି ପୁଲିସ ଆଚମ୍ବିତ ହୋଇ ଯାଇଥିଲେ। ପୁଅ ତାଙ୍କ ପୋଷା କୁକୁର ଝାବୁକୁ ହତ୍ୟା କରିଥିଲା।
ପୁଲିିସ କହିଛି: ସାଇକେଲ୍ ଯୋଗେ ମଲା କୁକୁରଟିକୁ ନେଇ ସେ ଥାନାକୁ ଆସିଥିଲେ। ପୋଷା ପ୍ରାଣୀଟିକୁ ହତ୍ୟା କରିଥିବା ଅଭିଯୋଗରେ ନିଜ ପୁଅ ବିରୋଧରେ ଏତଲା ଦେବା ଥିଲା ତାଙ୍କର ଉଦ୍ଦେଶ୍ୟ। ତାଙ୍କ ପୁଅ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଧାରା ୪୨୯ ଆଧାରରେ ମାମଲା ପଞ୍ଜିକୃତ ହୋଇଛି।
ଶିବମଙ୍ଗଳଙ୍କର ଦୁଇ ପୁଅ ସେ ପୋଷା କୁକୁରକୁ ସୁଖ ପାଉ ନ ଥିଲେ। ବାପା ତାକୁ ବାହାର କରି ଦିଅନ୍ତୁ ବୋଲି ସେମାନେ ଚାହୁଁଥିଲେ। କିନ୍ତୁ କୁକୁରଟିକୁ ପର କରି ଦେବାକୁ ଶିବମଙ୍ଗଳ ଚାହୁଁ ନ ଥିଲେ। ଫଳତଃ, ପୁଅ କୁକୁରଟିକୁ ହତ୍ୟା କରିଥିଲା।
Follow Us