ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅସୁସ୍ଥ ପୁଅକୁ ତଳକୁ ଫିଙ୍ଗି ଦେଲା ବାପା

Advertisment

ଅସୁସ୍ଥ ଥିବା ୫ବର୍ଷ ପୁଅକୁ ସର୍ଜିକାଲ ୱାର୍ଡର ଝରକାରୁ ତଳକୁ ଫିଙ୍ଗି ଦେଲେ ବାପା। ରୋଗୀଙ୍କ ସମ୍ପର୍କୀୟ ଶିଶୁକୁ କଲେ ସୁରକ୍ଷିତ ଭାବେ ଉଦ୍ଧାର। ବାପାକୁ ଗିରଫ କଲା ପୁଲିସ।

ଅସୁସ୍ଥ ଥିବା ୫ବର୍ଷ ପୁଅକୁ ସର୍ଜିକାଲ ୱାର୍ଡର ଝରକାରୁ ତଳକୁ ଫିଙ୍ଗି ଦେଲେ ବାପା। ରୋଗୀଙ୍କ ସମ୍ପର୍କୀୟ ଶିଶୁକୁ କଲେ ସୁରକ୍ଷିତ ଭାବେ ଉଦ୍ଧାର। ବାପାକୁ ଗିରଫ କଲା ପୁଲିସ।

୩୪

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେବରିୟାରେ ଥିବା ଦେବରାହା ବାବା ମେଡିକାଲ କଲେଜରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜର ନିରୀହ ପୁଅକୁ ସର୍ଜିକାଲ ୱାର୍ଡର ଝରକା ପାଖରୁ ତଳକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟବଶତଃ ଏହି ସମୟରେ ତଳେ ଥିବା କିଛିଲୋକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ମେଡିକାଲ କଲେଜରେ ପହଞ୍ଚିଥିଲା। ସଙ୍ଗେସଙ୍ଗେ ଘଟଣା‌ରେ ସମ୍ପୃକ୍ତ ଥିବା ବାପାଙ୍କୁ ଗିରଫ କରି ପୁଲିସ ଷ୍ଟେସନକୁ ନେଇଯାଇଥିଲା। ଶିଶୁର ପରିବାରଲୋକ ଥାନାରେ ପହଞ୍ଚି ଅନେକ ଅନୁରୋଧ କରିବା ପରେ ପୁଲିସ ବାପାଙ୍କୁ ମୁକ୍ତ କରିଥିଲା। ଶିଶୁର ବାପା ଜଣେ ନିଶା ସେବକ ଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗୌରିବାଜାର ପୁଲିସ ଷ୍ଟେସନ ପରିସରରେ ସୁପାରୀ ନିବାସୀ ବ୍ୟକ୍ତିଙ୍କ ୫ବର୍ଷର ପୁଅ ଅସୁସ୍ଥ ଥିବା ହେତୁ ସେପ୍ଟେମ୍ବର ୪ ତାରିଖରେ ତାକୁ ସର୍ଜିକାଲ ୱାର୍ଡରେ ଭର୍ତ୍ତି  କରାଯାଇଥିଲା।। ଶିଶୁ ପାଖରେ ତାର ବାପା ଓ ମା’  ଉଭୟ ରହିଥିଲେ।

ହଠାତ ଶିଶୁର ବାପା ପୁଅକୁ ବୁଲାଇ ନେବା ବାହାନାରେ ମା’ ପାଖରୁ ନେଇଯାଇଥିଲେ। ଏହାପରେ ସର୍ଜିକାଲ ୱାର୍ଡ ଝରକା ଫାଙ୍କରୁ ତଳକୁ ଫିଙ୍ଗି ଦେଇଥିଲେ। ଏହି ସମୟରେ ତଳେ ଥିବା ଅନ୍ୟ ରୋଗୀଙ୍କ ପରିବାରଲୋକ ଶିଶୁକୁ ଧରି ପକାଇଥିଲେ। ସୌଭାଗ୍ୟବଶତଃ ଏଥିରେ ଶିଶୁର ଜୀବନ ଅଳ୍ପକେ ବଞ୍ଚି ଯାଇଥିଲେ।

ଏହାପରେ ଲୋକେ ଏହି ଘଟଣା ସମ୍ପର୍କରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ବାପାଙ୍କୁ ଗିରଫ କରି ନେଇଥିଲା। ଅସୁସ୍ଥ ଥିବା ହେତୁ ଶିଶୁକୁ ପୁଣିଥରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁ ପାଖରେ ତାର ମା’ ରହି ଦେଖାଶୁଣା କରୁଛନ୍ତି। ଏହି ଘଟଣା ପରେ ମେଡିକାଲ କଲେଜରେ କୋକୁଆଭୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe