DNA India
ନୂଆଦିଲ୍ଲୀ: କରୋନା ମହାମାରୀ ବିଶେଷ ଭାବେ ସାଧାରଣ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କୁ ପ୍ରଭାବିତ କରିଥିବା ବେଳେ କ୍ଷୁଦ୍ର ବ୍ୟବସାୟୀଙ୍କ ରୋଜଗାର ଠପ୍ ହୋଇଯାଇଛି। କରୋନା କାଳରେ ଏହି କାରଣରୁ କେତେକ ଲୋକ ଚାକିରି ହରାଇ ଥିବା ବେଳେ ଆଉ କେତେକଙ୍କ ମନରେ ଚାକିରି ଯିବାର ଭୟ ଘାରିଛି। ଚାକିରି ଯିବା ଭୟରେ ଗତ ଶନିବାର କର୍ଣ୍ଣାଟକର ଧାରୱାଡ ଜିଲ୍ଲାରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
କର୍ଣ୍ଣାଟକ ପୁଲିସ ସୂତ୍ରରୁ ପ୍ରକାଶ, କରୋନା ମହାମାରୀ ସମୟରେ ମୃତକଙ୍କୁ ଚାକିରି ହରାଇବାର ଭୟ ଥିଲା। ଯେଉଁଥିପାଇଁ ସେମାନେ କିଛି ଉପାୟ ନପାଇ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଥିଲେ। ମୃତ ଦମ୍ପତ୍ତିଙ୍କ ପରିଚୟ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା। ମୃତକଙ୍କ ମୃତଦେହ ପାଖକୁ ଏକ ସୁସାଇଡ ନୋଟ ବି ଜବତ ହୋଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ମାମଲା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୮,୬୬୧ ଟି ନୂଆ କରୋନା ରୋଗ ଚିହ୍ନଟ ହୋଇଥିବାବେଳେ ଏଥିରେ ୭୦୫ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ପ୍ରକାଶ। ଏଯାବତ ଦେଶରେ ମୋଟ କରୋନା ମାମଲା ୧୩,୮୫,୫୨୨ ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୨,୦୬୧ରେ ପହଞ୍ଚିଛି।
Follow Us