ଗର୍ଭରେ ଥିବା ସନ୍ତାନଙ୍କୁ ମାରିବାକୁ ଚାହୁଁଛନ୍ତି, ମରିଯିବି ନଚେତ୍ ସେମାନେ ମାରି‌ଦେବେ: ମୃତ୍ୟୁ ପୂର୍ବରୁ ମା’ଙ୍କୁ ମେସେଜ୍ କରିଥିଲେ ମହିଳା

"ଆଉ ସହି ହେଉନି ମା’। ମୁଁ ଆଉ ବଞ୍ଚିପାରିବିନି। ଏମାନେ ମୋ‌ତେ ବଞ୍ଚିବାକୁ ଦେବେନି। ଏମାନେ ମୋତେ ମାରିଦେବେ, ନଚେତ୍ ମୁଁ ମରିଯିବି" ଏଭଳି ଲେଖି ଜୀବନ ହାରିଲେ ଗର୍ଭବତୀ ମହିଳା।

New Project (15)

ଥିରୁବନନ୍ତପୁରମ୍: "ଆଉ ସହି ହେଉନି ମା’। ମୁଁ ଆଉ ବଞ୍ଚିପାରିବିନି। ଏମାନେ ମୋ‌ତେ ବଞ୍ଚିବାକୁ ଦେବେନି। ଏମାନେ ମୋତେ ମାରିଦେବେ, ନଚେତ୍ ମୁଁ ମରିଯିବି" ଏଭଳି ଲେଖି ଜୀବନ ହାରିଲେ ଗର୍ଭବତୀ ମହିଳା। କେରଳରେ ଘଟିଛି ଏଭଳି ଅଭବାନୀୟ ଘଟଣା। ମୃତ ମହିଳାଜଣକ ହେଲେ ଫସୀଲା। ବୟସ ମାତ୍ର ୨୩। ଗୋଟାଏ ପୁଅର ମା’ ହୋଇସାରିଥିବା ଫସୀଲା ପୁଣି ଥରେ ଗର୍ଭବତୀ ଥିଲେ। ସ୍ତ୍ରୀ ଗର୍ଭବତୀ ଥିବା ଜାଣି ମଧ୍ୟ ତାଙ୍କ ଉପରେ ଦୟା କରିନଥିଲା ନୃଶଂସ ସ୍ବ‌ାମୀ ନୌଫଲ।

ବେଲାଙ୍ଗୁଲାର ବାସିନ୍ଦା ନୌଫାଲର ସ୍ତ୍ରୀ ଫସୀଲାଙ୍କ ମୃତଦେହ ଜୁଲାଇ ୨୯ ତାରିଖରେ ତାଙ୍କ ସ୍ୱାମୀଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୋଟିଏ ଦିନ ପରେ, ତାଙ୍କ ସ୍ୱାମୀ ନୌଫାଲ ଏବଂ ଶାଶୂ ରମଲାଙ୍କୁ ଗିରଫ କରାଯାଇଥିବା ସହ ମହିଳାଙ୍କ ପରିବାରର ବୟାନ ଆଧାରରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। 

ଜୀବନ ହାରିବା ପୂର୍ବରୁ ଫସୀଲା ହ୍ବାଟସ୍‌ଆପରେ ତାଙ୍କ ମା’ଙ୍କୁ ମନ ଖୋଲି ନିଜର ଦୁଃଖ ଜଣାଇଥିଲେ। କିଭଳି ସ୍ବାମୀ ଗର୍ଭସ୍ଥ ଶିଶୁକୁ ଗୋଇଠା ମରୁଛନ୍ତି, ଖାଇବାକୁ ନଦେଇ ପ୍ରତି କଥାରେ ତାଙ୍କ ଉପରେ ଅତ୍ୟାଚାର କରାଯାଉଛି ତାହା ଲେଖିଥିଲେ ଫସୀଲା। ମାଡ଼ ମାରି ସ୍ବାମୀ ହାତ ଭାଙ୍ଗି ଦେଇଥିବା ଲେଖିବା ସହ ମୁଁ ମରିଯିବି, ନଚେତ୍ ସେମାନେ ମୋତେ ମାରିଦେବେ ବୋଲି ଲେଖିଥିଲେ ଫସୀଲା। ଏହା ତାଙ୍କର ଶେଷ ମେସେଜ୍ ଥିଲା। ଏହା ପରେ ତାଙ୍କ ମୃତ୍ୟୁର ଖବର ବାପ ଘରକୁ ଯାଇଥିଲା ବୋଲି ଫସୀଲାଙ୍କ ମା’ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe