ମୋ ଡାକ୍ତରୀ ଝିଅକୁ ଛୁରୀରେ ଆଘାତ ପରେ ପୋଡ଼ି ଦିଆଯାଇଥିଲା: ପୀଡ଼ିତାଙ୍କ ମା’

Advertisment

୨୪ବର୍ଷୀୟ ଡାକ୍ତରଙ୍କୁ ଧାରୁ୍ଆ ଅସ୍ତ୍ରରେ ଆକ୍ରମଣ ପରେ ପୋଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

୨୪ବର୍ଷୀୟ ଡାକ୍ତରଙ୍କୁ ଧାରୁ୍ଆ ଅସ୍ତ୍ରରେ ଆକ୍ରମଣ ପରେ ପୋଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ertwe

ହିସାର: ରାଜସ୍ଥାନର କୋଟପୁତଲି-ବହରୋଡ ଅଞ୍ଚଳର ଅନନ୍ତପୁରା ଗ୍ରାମରେ ବସବାସ କରୁଥିବା ଜଣେ ଯୁବତୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ମୃତ ଯୁବତୀଙ୍କ ନାମ ଭାବନା ଯାଦବ ଓ ବୟସ ୨୪ବର୍ଷ ବୋଲି ଜଣାପଡ଼ିଛି। ଭାବନା ପେସାରେ ଜଣେ ଡାକ୍ତର।

ସୂଚନାଯୋଗ୍ୟ, ଏପ୍ରିଲ ୨୪ ତାରିଖରେ ଡାକ୍ତର ଭା୍ବନା ଯାଦବଙ୍କୁ ଗୁରୁତର ଭାବରେ ପୋଡ଼ିଯାଇଥିବା ଅବସ୍ଥାରେ ଉଦ୍ଧାର କରି ହିସାରର ଏକ ଘରୋଇ ବର୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ଅବସ୍ଥା ଗୁରୁତର ଥିବାରୁ ଭାବନାଙ୍କୁ ଜୟପୁରର ଏସଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଏଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

ଭାବନାଙ୍କ ମା' ଗାୟତ୍ରୀ ଦେବୀଙ୍କ ଅଭିଯୋଗ ଆଧାରରେ ପୁଲିସ ଉଦେଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ଗାୟତ୍ରୀ ଦେବୀ ତାଙ୍କ ଅଭିଯୋଗରେ ଦାବି କରିଛନ୍ତି ଯେ, ‘ ମୋ ଝିଅକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି। ଭାବନା ୨୦୨୩ ମସିହାରେ ଫିଲିପାଇନ୍ସରୁ ଏମବିବିଏସ ଡିଗ୍ରି ହାସଲ କରିଥିଲା ଏବଂ ଦିଲ୍ଲୀରେ ରହି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା। ଏହାସହିତ ସେ ଅନଲାଇନ୍ କ୍ଲାସ ମଧ୍ୟ ନେଉଥିଲା।

ମୋ ସାନ ଝିଅ ଦିଲ୍ଲୀରେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଛି ଏବଂ ଭାବନା ପ୍ରାୟତଃ ତା’ ସହିତ ରୁହେ। 
ଭାବନା ୨୧ ଏବଂ ୨୨ ଏପ୍ରିଲରେ ତାର ଭଉଣୀ ସହିତ ଥିଲା। ଶେଷଥର ପାଇଁ ମୁଁ ଭାବନା ସହିତ ଏପ୍ରିଲ ୨୩ ତାରିଖରେ କଥା ହୋଇଥିଲି।

ଏପ୍ରିଲ ୨୪ରେ ଉଦେଶ ଯାଦବ ନାମକ ଜଣେ ଯୁବକ ଫୋନ୍ କରି ଜଣାଇଥିଲେ ଯେ ଭାବନା ପୋଡ଼ି ଯାଇଛି ଏବଂ ତାଙ୍କୁ ହିସାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଁ ଯେତେବେଳେ ହସ୍ପିଟାଲରେ ପହଞ୍ଚିଲି, ଭାବନାର ଶରୀର ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା।ଔଷଧ ଲଗାଇଇବା ସମୟରେ ଦେଖିବାକୁ ପାଇଥିଲି ଝିଅର ପେଟ ଏବଂ ମୁହଁରେ ଏକ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିଲା।

ଏହି ଘଟଣା ପରେ ଆମେ ଝିଅର ଲାପଟପ୍, ମୋବାଇଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଉ ନାହୁଁ। ମୁଁ ଦାବିର ସହ କହିବି  ଏସବୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।’

ଗାୟତ୍ରୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଭାବନାଙ୍କୁ କେଉଁ ସ୍ଥାନରୁ ଏବଂ କେଉଁ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା ସେ ବିଷୟରେ ମଧ୍ୟ ପୁଲିସ ହସ୍ପିଟାଲ ପ୍ରଶାସନଠାରୁ ସୂଚନା ମାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe