ଲାଇଭ ରିପୋଟିଂ କରୁଥିବା ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ, ବିରୋଧ କରିବାରୁ ମାଡମାରି ଅପରାଧି ଫେରାର: କ୍ୟାମେରାରେ କୈଦ୍‌ ହେଲା ଘଟଣାର ଦୃଶ୍ୟ

ଲାଇଭ ରିପୋଟିଂ କରୁଥିବା ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ, ବିରୋଧ କରିବାରୁ ମାଡମାରି ଅପରାଧି ଫେରାର: କ୍ୟାମେରାରେ କୈଦ୍‌ ହେଲା ଘଟଣାର ଦୃଶ୍ୟ

ସିମଲା: ନୂଆବର୍ଷର ପାଳନ ସମୟର ରିପୋଟିଂ କରୁଥିବା ବେଳେ ଜଣେ ମହିଳା ସାମ୍ବାଦିକା ଅସଦାଚରଣର ଶିକାର ହେବାର ଏକ ମାମଲା ସାମ୍ନାକୁ ଆସିଛି। ଏହି ମହିଳା ସାମ୍ବାଦିକା ନିଜର ଫେସ୍‌ବୁକ୍‌ ପେଜ୍‌ରେ ନିଜ ସହିତ ହୋଇଥିବା ଅସଦାଚରଣ ସମୟର ଏକ ଭିଡିଓକୁ ପୋଷ୍ଟ କରିଛନ୍ତି।

publive-image

ଏକ ହିନ୍ଦୀ ନ୍ୟୁଜ ଚାନେଲରେ କାମ କରୁଥିବା ସାମ୍ବାଦିକା ନିଧି ଶ୍ରୀଙ୍କ କହିବାନୁସାରେ, ୩୧ ତାରିଖ ରାତିରେ ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ସେ ନୂଆବର୍ଷର ରିପୋଟିଂ କରୁଥିଲେ। ଲାଇଭ ରିପୋଟିଂ ସମୟରେ ବହୁତ ଭିଡ ଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପଛ ପାର୍ଶ୍ୱକୁ ସ୍ପର୍ଶ କରିଥିଲା। ସେ ଭାବି ଥିଲେ ବୋଧ ହୁଏ ଏତେ ଭିଡରେ ହାତ ଭୁଲରେ ବାଜି ଯାଇଥିବ। କିନ୍ତୁ ସେ ଲୋକ ବାରମ୍ବାର ଏପରି କରିବା ପରେ ଜାଣିବୁଝି ଏପରି କରୁଥିବା ନେଇ ନିଧି ଜାଣି ପାରିଲେ। ଏହାପରେ ସେହି ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ହିଁ ନିଧି ଚାପୁଡାଟିଏ ପକାଇଥିଲେ। ଚାପୁଡା ଖାଇବା ପରେ ସେହି ବ୍ୟକ୍ତି ନିଧିଙ୍କ ମୁଣ୍ଡକୁ ପାହାର ପକାଇ ଘଟଣାସ୍ଥଳକୁ ଫେରାର ହୋଇଯାଇଥିଲା।

publive-image

ଏହି ଘଟଣାକୁ ନେଇ ନିଧି କହନ୍ତି, ଯଦି ମୁଁ ଡିୟୁଟିରେ ନଥାଆନ୍ତି। ତେବେ ଏଭଳି ଘଟଣାକୁ ଦେଖି ଲୋକମାନେ ମୋତେ କହିଥାଆନ୍ତେ କି ଏଭଳି ଭିଡଭାଡସ୍ଥାନକୁ ମୋତେ ଯିବାର ହିଁ ନଥିଲା। ଭିଡସ୍ଥାନକୁ ଗଲାରୁ ଏମିତି ଘଟଣା ଘଟିଲା। ଏହି ସମସ୍ତ ଘଟଣାର ଦୃଶ୍ୟ କ୍ୟାମେରାରେ କୈଦ୍‌ ହୋଇଯାଇଛି।

ନିଧି ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ଅସଦାଚରଣ କରିଥିବା ବ୍ୟକ୍ତିର ଚେହେରା ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଏଭଳି ଘଟଣା ଘଟିବା ପରେ ମହିଳା ସାମ୍ବାଦିକା ନିଧି ତାଙ୍କ କାମରୁ ଓହରି ନାହାନ୍ତି, ସେ ନିଜ କାମରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଯାହାକୁ ନେଇ ତାଙ୍କୁ ତାଙ୍କ କାମ ପାଇଁ ପ୍ରଶଂସା ମଧ୍ୟ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe