ଅସ୍ତ୍ରୋପଚାର ବେଳେ ଚେତା ହରାଇଥିବା ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗକୁ ସ୍ପର୍ଶ କଲେ ଡାକ୍ତର

Advertisment
ଅସ୍ତ୍ରୋପଚାର ବେଳେ ଚେତା ହରାଇଥିବା ମହିଳାଙ୍କ ବ୍ୟକ୍ତିଗତ ଅଙ୍ଗକୁ ସ୍ପର୍ଶ କଲେ ଡାକ୍ତର

etvbharat

କୋଲକାତା: ଅସ୍ତ୍ରୋପଚାର ବେଳେ ମହିଳାଙ୍କ ସହ ଅସଦାଚରଣ କଲେ ଡାକ୍ତର। କୋଲକାତାର ଏକ ଜଣାଶୁଣା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅସ୍ତ୍ରୋପଚାର ସମୟରେ ଜଣେ ମହିଳା ରୋଗୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଡାକ୍ତରଖାନାର ମେଡିକାଲ କର୍ମଚାରୀଙ୍କ ବିରୋଧରେ ପୀଡିତା ଅଭିଯୋଗ କରିଛନ୍ତି। ସେ ଏ ସମ୍ପର୍କରେ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ରୋଗୀ ଦାବି କରିଛନ୍ତି ଯେ. ତାଙ୍କୁ ଜାନୁଆରି ୪ ତାରିଖରେ କୋଲକାତାର ଫୁଲ ବାଗାନ ପୁଲିସ ଷ୍ଟେସନ ଅଞ୍ଚଳର ଏକ ନାମୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜାନୁୟାରୀ ୫ତାରିଖ ସକାଳେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଅପରେସନ୍ ଥିଏଟରକୁ ନିଆଯାଇଥିଲା।

ମହିଳାଙ୍କ କହିବା ମୁତାବକ, "ମୋତେ ସକାଳ ପ୍ରାୟ ୮ଟାରେ ଅପରେସନ୍ ଥିଏଟରକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ସକାଳ ପ୍ରାୟ ୯ଟା ସମୟରେ ଆନାସ୍ଥେସିଆ ଦିଆଯାଇଥିଲା। ସକାଳ ୧୧ରୁ ୧୨ଟା ମଧ୍ୟରେ ଅସ୍ତ୍ରୋପଚାର ପରେ ମୋର ଚେତା ଫେରିଥିଲା, କିନ୍ତୁ ଆନାସ୍ଥେସିଆ କାରଣରୁ ମୁଁ ଉଠିପାରୁନଥିଲି। ଏହି ସମୟରେ ମୁଁ ଅନୁଭବ କଲି ଯେ,‌ କେହି ଜଣେ ମୋର ବ୍ୟକ୍ତିଗତ ଅଙ୍ଗକୁ ସ୍ପର୍ଶ କରୁଛି। ମୋର ଡାହାଣ ପାର୍ଶ୍ୱରେ ଠିଆ ହୋଇଥିବା କେହି ଜଣେ ମୋତେ ଅଶାଳୀନ ଭାବେ ସ୍ପର୍ଶ କରୁଥିଲେ। ଏହା ମୋ ପାଇଁ ଅସହ୍ୟ ଥିଲା। ମୁଁ ଜାଣିପାରୁଥିଲେ ବି ଆନାସ୍ଥେସିଆ ପାଇଁ ଏହାର ବିରୋଧ କରିପାରିଲି ନାହିଁ। ଏହା ପରେ ଯେତେବେଳେ ଆନାସ୍ଥେସିଆା ପ୍ରଭାବ ସମ୍ପୂର୍ଣ୍ଣ ହଟିଥିଲା, ସେତେବେଳେ ମୁଁ ମୋର ବ୍ୟକ୍ତିଗତ ଅଙ୍ଗରେ ଏକ ଚିହ୍ନ ଥିବା ଦେଖିଲି। "

ତେବେ ମହିଳାଙ୍କ ଅଭିଯୋଗ ପାଇବା ପରେ ଏବେ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe