ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ: ନାବାଳକ ସହ ୩ ଗିରଫ

Advertisment
୧୯ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଯୁବକ ଗିରଫ

Deccan Herald

ଭୁବନେଶ୍ୱର,: ଜମିବାଡ଼ିକୁ କେନ୍ଦ୍ର କରି ଘରେ ପଶି ଆକ୍ରମଣ କରିବା ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଜଣେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି କରୁଣାକର ସ୍ବାଇଁ ଓ ଦୀପୁ ସ୍ବାଇଁ। ମା’ମଙ୍ଗଳା ବସ୍ତିର ଲିସି ନାୟକଙ୍କ ଘରେ ପଶି ଆକ୍ରମଣ କରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତ ମଧ୍ୟ ସେଠାରେ ରହୁନ୍ତି। ଉଭୟଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗୁଥିଲା। ଗତକାଲି ବଚସା ଉଗ୍ର ରୂପ ନେଇଥିବା ବେଳେ ଅଭିଯୁକ୍ତ ଦ୍ବୟ କୋଦାଳରେ ଲିସି ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଲିସି ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe