ବସ୍ତି ଜମି ଦଖଲ ନେଇ ଗଣ୍ଡଗୋଳ, ୪ ଗିରଫ

Advertisment
ବସ୍ତି ଜମି ଦଖଲ ନେଇ ଗଣ୍ଡଗୋଳ, ୪ ଗିରଫ

KTTN-FM 92.3 and KGOZ

ଚନ୍ଦ୍ରଶେଖରପୁର : ପଟିଆ ନିକଟ ଶିଶୁବିହାର ଅଞ୍ଚଳରେ ଥିବା ଏକ ସରକାରୀ ଜମିରେ ଜବରଦଖଲ କରି ଗୃହ ନିମାର୍ଣ କରୁଥିବା ବେଳେ ଦୁଇ ପକ୍ଷମଧ୍ୟରେ ଗଣ୍ଡଗୋଳ ହୋଇଛି। ଇନ୍‌ଫୋସିଟି ପୁଲିସ ଏହି ଘଟଣାରେ ଆଜି ଉଭୟ ପକ୍ଷରୁ ୪ଜଣଙ୍କୁ ଗିରଫ କରିଛି।  ସେମାନେ ହେଲେ ପ୍ରଦୀପ କୁମାର ବିଶ୍ବାଳ, ସରସ୍ବତୀ ବିଶ୍ବାଳ, ସେକ୍ ଫକ୍‌ରି ଓ ଆସରି ବିବି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜଣେ ଜମି ଦଖଲ କରିଥିବା ବେଳେ ଅନ୍ୟ ଜଣେ ସେଠାରେ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା।  ଏ ନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା କରାଇ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe