ବସନ୍ତପୁରରେ ସଂଘର୍ଷ, ୬ ଗିରଫ

ରାସ୍ତା ମଝିରେ ନାବାଳିକାକୁ ଅସଦାଚରଣ ଘଟଣା : ଅଭିଯୁକ୍ତ ଯୌନପିପାସୁ ଗିରଫ

ଧଉଳି: ଧଉଳି ଥାନା ଅଧୀନ ବସନ୍ତପୁର ଗ୍ରାମରେ ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ ଗାଁ ରାସ୍ତାରେ ବାଣଫୁଟାଇବାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଛି। ଏନେଇ ଗ୍ରାମର ଦୁଇ ବିରୋଧୀ ଗୋଷ୍ଠୀ ପରସ୍ପରକୁ ଖଣ୍ଡା, ଲୁହାରଡ୍‌, ଠେଙ୍ଗାବାଡ଼ିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାରୁ ଉଭୟ ଗୋଷ୍ଠୀରୁ ୧୦ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ। ସମସ୍ତଙ୍କ ମୁହଁ, ମୁଣ୍ଡ, ନାକ, କାନ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ ହୋଇଛି। ପୁଲିସ ସଂପୃକ୍ତ ଯୁବକମାନଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ଗୋଟିଏ ଗୋଷ୍ଠୀର କମେଣ୍ଟ୍‌କୁ କେନ୍ଦ୍ରକରି ଏଭଳି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଥାନା ଅଧିକାରୀ ଜୟଦେବ ବିଶ୍ବଜିତ ଜଣାଇଛନ୍ତି। କିନ୍ତୁ ପ୍ରକୃତରେ ନିଶାସକ୍ତ ଅବସ୍ଥାରେ ଦୁଇଗୋଷ୍ଠୀର ଯୁବକମାନେ ଗ୍ରାମରେ ଆତଙ୍କରାଜ କରିଥିବା ଅନ୍ୟ ଜଣେ ପୁଲିସ କର୍ମଚାରୀ କହିଛନ୍ତି। ଏ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ଆଣିଥିଲା। ଏଥିସହିତ ପୁଲିସ ଗଣ୍ଡଗୋଳରେ ବ୍ୟବହୃତ ବିଭିନ୍ନ ମାରଣାସ୍ତ୍ରକୁ ମଧ୍ୟ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe