ତମାଖୁ ନେଇ ଜେଲ ଭିତରେ ତିନି କଏଦୀଙ୍କ ମଧ୍ୟରେ ହାତାହାତି, ଜଣେ ଗୁରୁତର

ଜେଲ୍ ସଂକ୍ରମଣ ରୋକିବାକୁ ଗୃହ ବିଭାଗର ନୂଆ ଏସ୍ଓପି, ପିପିଇ କିଟ୍ ପିନ୍ଧିବାକୁ ଏସକର୍ଟଙ୍କୁ ପରାମର୍ଶ

54.254.97.154

ଅହମ୍ମଦାବାଦ: ସାରା ଦେଶରେ ଲକଡାଉନ ସ୍ଥିତି ଥିବାବେଳେ ଗୁଜୁରାଟ ଅହମ୍ମଦାବାଦର ସାବରମତୀ କେନ୍ଦ୍ରୀୟ କାରାଗାରରେ ଏକ ସାଙ୍ଘାତିକ ଘଟଣା ଘଟିଛି | ଏହି କାରାଗାରରେ କିଛି ଆତଙ୍କବାଦୀଙ୍କୁ ରଖାଯାଇଥିବାବେଳେ ତମ୍ବାଖୁକୁ ନେଇ କଏଦୀମାନଙ୍କ ମଧ୍ୟରେ ରକ୍ତାକ୍ତ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଜଣେ କଏଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ଉଭୟ କଏଦୀଙ୍କ ବିରୋଧରେ ଅଭିଯୋଗ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମହେସାନା ଜିଲ୍ଲାର ଭାସାନିଆ ଗ୍ରାମର ମନୀଷ ପରମାର ଯିଏକି ହତ୍ୟା ଅଭିଯୋଗରେ ସଜ୍ଜା କାଟୁଛନ୍ତି, ସେ ଇମ୍ରାନ ଶେଖ ଏବଂ ସରଫରାଜ ମାନସୁରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ମନୀଷ ଶୌଚାଳୟ ଯାଇଥିବାବେଳେ ଇମ୍ରାନ ଏବଂ ସରଫରାଜ ତାଙ୍କ ନିକଟକୁ ଆସି ତମ୍ବାଖୁ ମାଗିଥିଲେ |

ସେ ତମ୍ବାଖୁ ଦେବାକୁ ମନା କରିବାରୁ, ଉଭୟ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ନିର୍ଦ୍ଦୟ ଭାବରେ ପିଟିଥିଲେ | ମନୀଷଙ୍କର ପେଟ ସମେତ ନାକ ଏବଂ ମୁହଁକୁ ପିଟିବା ଦ୍ୱାରା ଗୁରୁତର ଆହତ ହୋଇଥିଲେ। ଘଟଣା ଜଣା ପଡିବା ପରେ ଅନ୍ୟ କଏଦୀ ଏବଂ ଜେଲର ଘଟଣାସ୍ଥଳରେ ପହଞ୍ଚିଥିଲେ। କଏଦୀ ମନୀଷ ପରମାରଙ୍କୁ ଗୁରୁତର ଅବସ୍ଥାରେ ଜେଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe