ଗୋଷ୍ଠୀ ସଂଘର୍ଷ, ଦୁଇ ପରିବାରରୁ ୬ ଗିରଫ

ପୂର୍ବତନ କର୍ପୋରେଟ୍‌ରଙ୍କୁ ଗାଳିକରି ଯୁବକ ଗିରଫ

NDTV.com

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନରେ ପାରିବାରିକ ବିବାଦରୁ ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେବା ସହ ହାତାହାତି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିବା ସହ ଉଭୟ ପରିବାରର ୬ ଜଣଙ୍କୁ ଗିରଫ କରିଛି। ‌ସେମାନେ ହେଉଛନ୍ତି ଗୋଟିଏ ପରିବାରର କୃ‌ଷ୍ଣ ରାଏ ଓ ତାଙ୍କ ଦୁଇପୁଅ ଶିବ ଓ ଚିକୁ, ଅନ୍ୟ ଏକ ପରିବାରରୁ ତିନି ଭାଇ ଶରତ ପାତ୍ର, ହେମନ୍ତ ପାତ୍ର ଓ ପ୍ରଶାନ୍ତ ପାତ୍ର। କୃଷ୍ଣ ହେମନ୍ତଙ୍କ ଘରେ ଘର ଜ୍ବାଇଁ ଭାବରେ ରହୁଥିଲେ। ଚିକୁ ଓ ଶିବ ଉଭୟ ହେମନ୍ତଙ୍କର ଭଣଜା। ପୂର୍ବରୁ ମାମୁ ହେମନ୍ତ ଓ ଭଣଜା ଚିକୁଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗତକାଲି ଉଭୟ ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଉଭୟ ପରିବାରର ସଦସ୍ୟମାନେ ଏକାଠି ହୋଇ ମାର୍‌ପିଟ୍‌ ହୋଇଥିଲେ। ଉଭୟ ପକ୍ଷରୁ ଅଭିଯୋଗ ଓ ପାଲଟା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe