ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨ ଆହତ

Advertisment
ନିର୍ବାଚନ ପାଇଁ ଗାଡ଼ି ନଦେବାରୁ ୧୭ଜଣଙ୍କ ନାମରେ ଗିରଫ ପରୱାନା

Siasat

ଧଉଳି: ଧଉଳି ଥାନା ଅନ୍ତର୍ଗତ ଟିକରପଡ଼ା ଓ ବସନ୍ତପୁର ଗ୍ରାମର ଦୁଇଗୋଷ୍ଠୀର ଯୁବକଙ୍କ ମଧ୍ୟରେ ଆଜି ଭୀଷଣ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨ ଜଣ ଆହତ ହୋଇ ହୋଇଛନ୍ତି। ଦୁଇଗୋଷ୍ଠୀ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ପରିସ୍ଥିତିକୁ ନିୟନ୍ତ୍ରିତ କରିପାରି ନଥିଲା। ଫଳରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନା ଅନୁଯାୟୀ ୫ ତାରିଖ ସନ୍ଧ୍ୟାରେ ସିଗାରେଟ୍‌ ଦେବାକୁ ନେଇ ବସନ୍ତପୁର ଗ୍ରାମର ୩ ଜଣ ଯୁବକଙ୍କ ସହିତ ଟିକରପଡ଼ା ସ୍ଥିତ ଦୟାନଦୀ ବନ୍ଧରେ ଥିବା ଜଣେ ପାନ ଦୋକାନୀଙ୍କ  ଯୁକ୍ତିତର୍କ ଓ ମାରପିଟ୍‌ ହୋଇଥିଲା। ଦୋକାନୀ ଓ ତାଙ୍କ ଭାଇଙ୍କୁ ମାଡ଼ ମାରିବାରୁ ଟିକରପଡ଼ାର କିଛି ଯୁବକ ମିଶି ସେମାନଙ୍କୁ ମାଡ଼ ମାରିଥିଲେ। ବସନ୍ତପୁର ପିଲା ଟିକରପଡ଼ା ଦେଇ ସ୍କୁଲକୁ ଯିବା ବାଟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଟିକରପଡ଼ା ଲୋକ ନଦୀରେ ଗାଧୋଉଥିବା ବେଳେ ବି ସେମାନେ ପିଟାପିଟି ହୋଇଥିଲେ। ପରସ୍ପରକୁ ଟେକାପଥର ମାଡ଼ କରିବାରୁ ଦୁଇ ଗୋଷ୍ଠୀରୁ ଦୁଇ ଜଣ ଆହତ ହୋଇଥିଲେ। ଏପରିକି ଥାନାରେ ଘଟଣାର ସମାଧାନ ପାଇଁ  ଶାନ୍ତି କମିଟି ବସିଥିବା ବେଳେ ପୁନର୍ବା‌ର ଦୁଇଗୋଷ୍ଠୀ ସମର୍ଥକ ଗଣ୍ଡଗୋଳ କରିଥିଲେ। ପୁଲିସ ବସନ୍ତପୁର ଗ୍ରାମର ୩ ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe