ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ସାଲିଆସାହି ସାହୁସାହି ଅଞ୍ଚଳ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଗୋଟିଏ ପରିିବାର ୩ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ପ୍ରଭାକର ସାହୁ(୫୪) ଓ ଦୁଇ ପୁଅ ବିବେକବଚ୍ଚନ ସାହୁ(୨୨), ଦେବେନ୍ଦ୍ର ସାହୁ(୨୦)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ବିଳମ୍ବିତ ରାତିରେ ପ୍ରଭାତ ନିଶାସକ୍ତ ଅବସ୍ତାରେ ଆସି ସେହିବସ୍ତିର ରଶ୍ମୀତା ସାହୁଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିଥିଲେ। ବିରୋଧ କରିବାରୁ ପ୍ରଭାତ ଓ ତାଙ୍କ ଦୁଇ ପୁଅ ବିବେକବଚ୍ଚନ ଓ ଦେବେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଖଣ୍ଡା ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ରଶ୍ମୀତାଙ୍କ ପରିବର କୃଷ୍ଣଚନ୍ଦ୍ର ସାହୁ, ଅହଲ୍ୟା ସାହୁ ଓ ବିରଞ୍ଚି ସାହୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ କ୍ୟାପିଟାଲ ହସ୍ପିଠାଲ ପଠାଇଥିଲା। ଏନେଇ ରଶ୍ମିତା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପ୍ରଭାକର, ଦେବେନ୍ଦ୍ର ଓ ବିବେକକୁ ଗିରଫ କରି ଥାନାରେ ଅଟକ ରଖିଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us