ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କରଣ୍ ଜୋହର୍ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ୍ର ନଜର୍ରେ ଥିଲେ ବୋଲି ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସୌରଭ ମହାକାଲ୍ ଦାବି କରିଛନ୍ତି। କିନ୍ତୁ, ତାଙ୍କର ଏହି ଦାବିର ସତ୍ୟାସତ୍ୟ ବିଷୟରେ ପୁଲିସ ଯାଞ୍ଚ କରିବ।
ଜଣେ ସରକାରୀ ଅଧିକାରୀ କହିଛନ୍ତି, କରଣ୍ ଜୋହର୍ଙ୍କ ଠାରୁ ୫ କୋଟି ଟଙ୍କା ବଟି ଆଦାୟ କରିବା ଲାଗି ଯୋଜନା ଥିଲା ବୋଲି ମହାକାଲ୍ କହିଛନ୍ତି, କିନ୍ତୁ ଏମିତି ବି ହୋଇପାରେ ଯେ, ପୁଲିସକୁ ବିଭ୍ରାନ୍ତ କରିବା ଲାଗି ସେ ଏକଥା କହୁଥାଇ ପାରନ୍ତି।
Image Courtesy of India Todayପୂର୍ବରୁ ମଧ୍ୟ ମହାକାଲ୍ କହିଥିଲେ ଯେ, ସଲ୍ମନ୍ ଖାନ୍ଙ୍କୁ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ୍ ଗୁପ୍ତରେ ଧମକ ଦେଇଥିଲା। ପାଲଘରସ୍ଥିତ ଗୋଟାଏ କାରଖାନାରେ କାମ କରୁଥିବା ରାଜସ୍ଥାନର ୩ଜଣ ବ୍ୟକ୍ତି ଉକ୍ତ ଧମକ ଚିଠି ଦେବା ପାଇଁ ମୁମ୍ବାଇ ଯାଇଥିଲେ। କିନ୍ତୁ, ପୁଲିସ ପାଲଘରସ୍ଥିତ ସେ କାରଖାନାକୁ ଯାଇ ଜାଣିଲା ଯେ, ସେ ଲୋକମାନେ ସେଠାରେ ଚାକିରି କରୁ ନ ଥିଲେ।
Image Courtesy of Times of Indiaପୁଲିସ ଆହୁରି ମଧ୍ୟ ଜାଣିବାକୁ ପାଇଥିଲା ଯେ, ଯେଉଁ ୩ ବ୍ୟକ୍ତି ଧମକ ଚିଠି ଦେଇଥିଲେ ବୋଲି ମହାକାଲ୍ କହିଥିଲେ ସେମାନେ ବହୁ ପୂର୍ବରୁ ରାଜସ୍ଥାନର ସିରୋହିରେ ଗୋଟାଏ ଅଳଙ୍କାର ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେମାନେ ଏବେ ଜେଲ୍ରେ ଅଛନ୍ତି।
ତେଣୁ, ମହାକାଲ୍ ଦେଉଥିବା ସୂଚନା ଉପରେ ଆସ୍ଥା ନାହିଁ ବୋଲି ପୁଲିସ କହୁଛି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପୁଣେ କ୍ରାଇମ୍ ବ୍ରାଞ୍ଚ୍ ସୌରଭ ମହାକାଲ୍ଙ୍କୁ ଗିରଫ କରିଥିଲା। ସଲ୍ମନ୍ ଖାଁଙ୍କୁ ଦିଆଯାଇଥିବା ଧମକ ମାମଲାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ମହାକାଲ୍ଙ୍କୁ ଜେରା କରିଥିଲା।
Follow Us