ବଲାଙ୍ଗୀର: ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ

ବଲାଙ୍ଗୀର: ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ

ପାଟଣାଗଡ଼: ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣାରେ ବିଧାୟକ ସରୋଜ ମେହେରଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଏତଲା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନାରେ ଜୁନିୟର ଇଞ୍ଜିନିୟର ଜୟକାନ୍ତ ଶବରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପତ୍ରରେ ତାଙ୍କ ସ୍ୱାମୀଙ୍କୁ ବୁଧବାର ବିଧାୟକ ଡାକିନେଇଥିଲେ। ତାଙ୍କ ସ୍ୱାମୀଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସେ ଆଜି ଟିଭିରୁ ଜାଣିପାରି ଥିଲେ।

ସୂଚନା ଅନୁଯାୟୀ, ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିଲେ ବି ପିଚୁ ଉଠିଯାଉଛି । କେବଳ ସେତିକି ନୁହଁ, ହାତରେ ପିଚୁ ଖଣ୍ଡକୁ ଟାଣିଲେ ବି ଖଣ୍ଡ ଖଣ୍ଡ ହୋଇ ଉଠିଯାଉଛି । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ, ଏହି ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe