ଅବସରପ୍ରାପ୍ତ ବିଚାରପତିଙ୍କ ନିର୍ଯାତନା ସହି ପାରିଲେ ନାହିଁ ରୋଷେୟା; ହାରି ଦେଲେ ଜୀବନ

Advertisment

ମହେଶଙ୍କ ପତ୍ନୀ ହଜରତଗଞ୍ଜ ପୁଲିସ ଷ୍ଟେସନର ଅବସରପ୍ରାପ୍ତ ବିଚାରପତି ଅନିଲ କୁମାର ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ବନ୍ଦନାଙ୍କ ବିରୋଧ ଅଭିଯୋଗ କରି ଏକ ମାମଲା ରୁଜୁ କରିଛନ୍ତି।

ମହେଶଙ୍କ ପତ୍ନୀ ହଜରତଗଞ୍ଜ ପୁଲିସ ଷ୍ଟେସନର ଅବସରପ୍ରାପ୍ତ ବିଚାରପତି ଅନିଲ କୁମାର ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ବନ୍ଦନାଙ୍କ ବିରୋଧ ଅଭିଯୋଗ କରି ଏକ ମାମଲା ରୁଜୁ କରିଛନ୍ତି।

jknhjk

ନୂଆଦିଲ୍ଲୀ: ଲକ୍ଷ୍ନୌର ଲକ୍ଷ୍ମଣ ମେଳାସ୍ଥଳ ନିକଟରେ ଥିବା ଏକ ବସ୍ତିର ବାସିନ୍ଦା ମହେଶ କୁମାର ନିଷାଦ (୪୨) ଗତ ବୁଧବାର ଦିନ ଜୀବନ ହାରି ଦେଇଛନ୍ତି। 

ମହେଶଙ୍କ ପତ୍ନୀ ହଜରତଗଞ୍ଜ ପୁଲିସ ଷ୍ଟେସନର ଅବସରପ୍ରାପ୍ତ ବିଚାରପତି ଅନିଲ କୁମାର ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ବନ୍ଦନାଙ୍କ ବିରୋଧ ଅଭିଯୋଗ କରି ଏକ ମାମଲା ରୁଜୁ କରିଛନ୍ତି। ମହେଶ ତାଙ୍କ ମୋବାଇଲ୍ ଫୋନ୍‌ରେ ତାଙ୍କ ମାଲିକାଣୀଙ୍କୁ ସମ୍ବୋଧିତ କରି ଏକ ଭିଡିଓ ତିଆରି କରି ଜୀବନ ହାରିବାକୁ ଯାଉଛନ୍ତି ବୋଲି କହିଥିଲେ। 

ମହେଶଙ୍କ ପତ୍ନୀ କବିତାଙ୍କ କହିବା ଅନୁଯାୟୀ, ମୋ ସ୍ୱାମୀ ଚାରି ବର୍ଷ ଧରି ଅବସରପ୍ରାପ୍ତ ବିଚାରପତି ଅନିଲ କୁମାର ଶ୍ରୀବାସ୍ତବଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ। ହୋଲି ସମୟରେ ବିଚାରପତିଙ୍କ ଘରୁ ୬.୫ ଲକ୍ଷ ଟଙ୍କା ଚୋରି ହୋଇ ଯାଇଥିଲା। 

ଏହି ଚୋରି ଘଟଣାରେ ବନ୍ଦନା ଓ ତାଙ୍କ ସ୍ୱାମୀ ମହେଶଙ୍କୁ ଦାୟୀ କରିଥିଲେ। ଚୋରି ଅଭିଯୋଗ ପରେ ମହେଶ ଚାପଗ୍ରସ୍ତ ହୋଇ ଯାଇଥିଲେ। ମାର୍ଚ୍ଚ ୧୭ ତାରିଖରେ ସ୍ୱାମୀଙ୍କୁ ଏହି ଚୋରି ଘଟଣାରେ ପଚରାଉଚରା କରିବା ପାଇଁ ପୁଲିସ ଥାନାକୁ ଡାକିଥିଲା। କିଛି ସମୟ ପଚାରଉଚରା ପରେ ପୁଲିସ ସ୍ବାମୀଙ୍କୁ ଛାଡ଼ି ଦେଇଥିଲା।  ସେମାନେ ସ୍ୱାମୀଙ୍କୁ ଏପ୍ରିଲ ୧ ସୁଦ୍ଧା ଦେଢ଼ ଲକ୍ଷ ଟଙ୍କା ଦେବାକୁ ଚାପ ପକାଇଥିଲେ।’

ମହେଶଙ୍କ ମୃତ୍ୟୁ ପରେ ମୃତକଙ୍କ ଭଉଣୀ, ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅବସରପ୍ରାପ୍ତ ବିଚାରପତି ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମହେଶଙ୍କ ପତ୍ନୀ କବିତାଙ୍କ ଅଭିଯୋଗ ଏବଂ ଭିଡିଓ ଆଧାରରେ, ଅବସରପ୍ରାପ୍ତ ବିଚାରପତି ଅନିଲ କୁମାର ଶ୍ରୀବାସ୍ତବ ଏବଂ ତାଙ୍କ ପତ୍ନୀ ବନ୍ଦନାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ମାମଲାର ତଦନ୍ତ କରାଯାଉଛି ବୋଲି ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଅବସରପ୍ରାପ୍ତ ବିଚାରପତି ଅନିଲ କୁମାର ଶ୍ରୀବାସ୍ତବ କହିଛନ୍ତି, ‘ମହେଶ ଏବଂ ତାଙ୍କ ପତ୍ନୀଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ମହେଶ ଘରୁ ଟଙ୍କା ଚୋରି କରିଥିଲା। ତାଙ୍କ ବିରୋଧରେ ମାର୍ଚ୍ଚ ୧୭ ତାରିଖରେ ଆଲିଗଞ୍ଜ ଥାନାରେ ଅଭିଯୋଗ କରାଯାଇଥିଲା। ଏକ ଚୁକ୍ତିନାମା ପରେ ତାଙ୍କୁ ସେଠାରୁ ମୁକ୍ତ କରାଯାଇଥିଲା। ଆଲିଗଞ୍ଜ ଥାନା ଇନଚାର୍ଜ ଏହା ବିଷୟରେ ଅବଗତ ଅଛନ୍ତି। ମହେଶ ଅନେକ ଲୋକଙ୍କଠାରୁ ଟଙ୍କା ଏବଂ କମ୍ପାନିରୁ ଋଣ ନେଇଥିଲା। ସେହି ଟଙ୍କା ସେ ଫେରାଇ ନପାରିବାରୁ ଜୀବନ ହାରି ଦେଇଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe