ମଦଦୋକାନ କର୍ମଚାରୀଙ୍କୁ ଗୁଳିମାରି ଲୁଟ୍‌

Advertisment
ମଦଦୋକାନ କର୍ମଚାରୀଙ୍କୁ ଗୁଳିମାରି ଲୁଟ୍‌

ଭୁବନେଶ୍ୱର: ଗତକାଲି ରାତିରେ ବାଲିପାଟଣା ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତ ରାସ୍ତାରେ ଯାଉଥିବା ଜଣେ ମଦଦୋକାନ କର୍ମଚାରୀଙ୍କୁ ଗୁଳି ମାରି ୩ ଜଣ ଦୁର୍ବୃତ୍ତ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ମଦଦୋକାନ କର୍ମଚାରୀ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମର ଜଗବନ୍ଧୁ ସାହୁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲ ଓ ପରେଏ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଞ୍ଚେଶ୍ୱର ଥାନା ପଳାଶୁଣୀ ଠାରେ ଥାବା ଏକ ମଦକୋନରେ ଜଗବନ୍ଧୁ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରନ୍ତି। ଗତକାଲି ରାତିରେ ସେ କାମ ସାରି ତାଙ୍କର ଜଣେ ବନ୍ଧୁୁଙ୍କ ସହିତ ଘରକୁ ଫେରୁଥିବା ବେଳେ ତିନି ଜଣ ଯୁବକ ଏକ ମୋଟରସାଇକେଲରେ ଆସି ତାଙ୍କୁ ଗୁଳିମାଡ଼ କରିଥିଲେ। ଜଗବନ୍ଧୁଙ୍କ ଗୋଡ଼, ହାତ ଓ ପିଠିରେ ୩ଟି ଗୁଳି ବାଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe