ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

Advertisment
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ଓ୍ଵାସିଂଟନ୍‌: ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି। କାଲିଫର୍ଣ୍ଣିଆର ଫ୍ରେସ୍ନୋ ସହରରେ ଏକ ଗ୍ରୋସରି ଷ୍ଟୋର୍‌ରେ କାର୍ଯ୍ୟରତ ଥିବା ଉକ୍ତ ଭାରତୀୟ ଛାତ୍ର ଧର୍ମପ୍ରୀତ ସିଂହ ଜାସେରଙ୍କୁ କେତେକ ଲୁଟେରା ଗୁଳି କରି ହତ୍ୟା କରଥିବା ଜଣାପଡ଼ିଛି। ଜାସେର୍‌ଙ୍କ ଘର ପଞ୍ଜାବରେ। ସେ ଆମେରିକାରେ ଅଧ୍ୟୟନ କରିବା ସହ ପାର୍ଟଟାଇମ୍‌ ଜବ୍‌ କରୁଥିଲେ। ତିନି ବର୍ଷ ପୂର୍ବେ ଷ୍ଟୁଡେଣ୍ଟ୍‌ ଭିସାରେ ଆମେରିକା ଯାଇଥିଲେ। ତେବେ ଜାସେର ଏକ ଗ୍ରୋସରି ଷ୍ଟୋର୍‌ରେ କାର୍ଯ୍ୟ କରୁଥିବା ସମୟରେ ୪ ଜଣ ଡକାୟତ ଲୁଟ୍‌ ଉଦ୍ଦେଶ୍ୟରେ ଦୋକାନରେ ପଶିଥିଲେ। ଲୁଟେରାଙ୍କୁ ଦେଖି ଜାସେର କ୍ୟାସ୍‌ କାଉଣ୍ଟର ପଛରେ ଲୁଚି ଯାଇଥିଲେ ମଧ୍ୟ ସେମାନଙ୍କୁ ଙ୍କ ଆଖିରୁ ଖସି ପାରିନଥିଲେ। ଜଣେ ଗ୍ରାହକ ପ୍ରଥମେ ଦୋକାନର ଚଟାଣରେ ଜାସେରଙ୍କ ମୃତଦେହ ଦେଖିବାପରେ ପୁଲିସକୁ ଖବର ଦେଇଥିଲା। ପୁଲିସ ମୃତଦେହ ଉଦ୍ଧାର କରିବା ସହ ଏହି ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗିରଫ କରିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିିବା ଲାଗି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe