Image Courtesy of Hindustan Times
ଖୋର୍ଦ୍ଧା/ଭୁବନେଶ୍ୱର: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଡିକାଲ ନିକଟବର୍ତ୍ତୀ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଜଣେ ଡାକ୍ତରଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଗୁରୁତର ହୋଇଥିବା ଜଣାଯାଇଛି। ଡାକ୍ତର ମାନସ ଦାସଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ ଡାକ୍ତର ଶ୍ରୀ ଦାସ ଆଜି ସନ୍ଧ୍ୟାରେ ସ୍ଥାନୀୟ ଏକ ଔଷଧ ଦୋକାନରେ ଖୋଲାଯାଇଥିବା କ୍ଲିନିକ୍ରେ ରୋଗୀ ଦେଖୁଥିଲେ। ଏହି ସମୟରେ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାଇକ୍ରେ ଅଚାନକ ପହଞ୍ଚିଥିଲେ।
ମୁଖାପିନ୍ଧା ଦୁର୍ବୃତ୍ତମାନେ ଔଷଧ ଦୋକାନ ଆଗରେ ବାଇକ୍ ରଖିଦେଇ କ୍ଲିନିକ୍ ଭିତରକୁ ପ୍ରବେଶ କରିଥିଲେ। ଡାକ୍ତର ଶ୍ରୀ ଦାସ କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତମାନେ ଗୁଳି କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ରେ ଜଣେ ଔଷଧ ଦୋକାନୀ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି।
ଗୁଳିକାଣ୍ଡ ପରେ ସୂଚନା ପାଇ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ଥିବା ବେଳେ ୨ ଜଣ ଗୁରୁତରଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ବୃତ୍ତମାନେ ଖସିଯାଇଛନ୍ତି।
Follow Us